ସାଙ୍ଗ ସହ ଗଣ୍ଡଗୋଳ, ମାଡ଼ ଭୟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ - କଟକ ଖବର
🎬 Watch Now: Feature Video
Published : Dec 8, 2023, 1:42 PM IST
କଟକ: ମହାନଦୀକୁ ଡେଇଁ ଯୁବକଙ୍କ ଜୀବନ ହାରିବାକୁ ଉଦ୍ୟମ । କଟକ ଜିଲ୍ଲାର ବାଙ୍କୀ ସୁବର୍ଣ୍ଣପୁରର ଜାତମୁଣ୍ଡିଆ ବ୍ରିଜ ଉପରୁ ମହାନଦୀକୁ ଡେଇଁ ଜଣେ ଯୁବକ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି । ଯୁବକ ଜଣକ ପାଣିକୁ ଡେଇଁବା ଦେଖି ସ୍ଥାନୀୟ ଲୋକ ଡମପଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଓ ସୁବର୍ଣ୍ଣପୁର ଫାଣ୍ଡି ପୋଲିସ୍ ପହଞ୍ଚି ଯୁବକକୁ ଉଦ୍ଧାର କରିଛନ୍ତି।
ଏହାମଧ୍ୟ ପଢନ୍ତୁ.. ପ୍ରେମିକା ଘରୁ ପ୍ରେମିକର ଝୁଲନ୍ତା ମୃତଦେହ ଉଦ୍ଧାର
ଯୁବକ ଜଣକ ଭୁବନେଶ୍ୱରର ଶେଖ ଜାହାଙ୍ଗୀର ବୋଲି ଜଣାପଡିଛି । ଶେଖ ଜାହାଙ୍ଗୀର ନିଜ ବାଇକରେ ଆସି ବାଇକ୍ଟିକୁ ବ୍ରିଜ୍ ଉପରେ ରଖି ମହାନଦୀକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ନିଜ ସାଙ୍ଗମାନଙ୍କ ସହିତ ଗଣ୍ଡଗୋଳ ଘଟିଥିବାରୁ ପରିବାର ଲୋକଙ୍କ ମାଡ଼ ଭୟରେ ଭୁବନେଶ୍ବରରୁ ଆସି ଜୀବନ ହାରିବାକୁ ଚେଷ୍ଟା କରିଥିବା କହିଛନ୍ତି ଜାହାଙ୍ଗୀର । ତେବେ ଗତକାଲି ରାତିରୁ ଘରୁ ପଳାଇ ଆସିଥିଲେ ସେ । ତେବେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଇଟିଭି ଭାରତ, କଟକ