ବିଚ୍ ରାସ୍ତା ଉପରେ କୁକୁର ମୃତଦେହ ଧରି କାନ୍ଦିଲେ ମାଲିକ, ଭିଡିଓ ଭାଇରାଲ

By

Published : May 31, 2023, 10:43 PM IST

thumbnail

ଆଗ୍ରା: ବିଚ୍ ରାସ୍ତା ଉପରେ କୁକୁରର ମୃତଦେହକୁ ଜାବୁଡି ଧରି କାନ୍ଦିଲେ ମାଲିକ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ତାଜ୍ ନଗରୀ ଆଗ୍ରାରେ। ଘଟଣାଟି ଯେତିକି ହୃଦୟ ବିଦାରକ ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। କାରଣ ପଶୁପ୍ରେମୀଙ୍କ ପୋଷା କୁକୁର ରଖିବା ଶୌକ୍ କିଛି ନୂଆ ନୁହେଁ ତାହା ତ ଆପଣ ଜାଣନ୍ତି। ହେଲେ ନିଜ ପୋଷା ଜୀବର ବିୟୋଗରେ କୌଣସି ବ୍ୟକ୍ତି ଅତ୍ୟନ୍ତ ଭାଙ୍ଗିପଡି ଏଭଳି ଆଚରଣ କରିବା ହୁଏତ ଆପଣ କେବେ ଦେଖିନଥିବେ ।  

ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟା ସମୟରେ ନିଜ ମୋଟର ସାଇକେଲରେ କୁକୁରକୁ ବୁଲେଇବାକୁ ନେଇଥିଲେ। ତେବେ ଉତ୍ତରପ୍ରଦେଶର ଆଗ୍ରା-ଦିଲ୍ଲୀ ହାଇୱେ ଉପରେ ରାମବାଗ ନିକଟସ୍ଥ ଏକ ହସ୍ପିଟାଲ ପାଖରେ ଅଚାନକ୍ ଗାଡ଼ିରୁ ଡେଇଁ ପଡିଥିଲା କୁକୁରଟି। ଫଳରେ ପଛ ପଟୁ ଆସୁଥିବା ଏକ ଟ୍ରକ ମାଡି ଯିବାରୁ କୁକୁରଟିର ଜୀବନ ଚାଲିଗଲା।  

ଏମିତି ଦୁର୍ଘଟଣା ପରେ ମାଲିକ ଜଣକ ଭାଙ୍ଗି ପଡିଥିଲେ । ନିଜ କୁକୁରର ଏଭଳି ଅକାଳ ବିୟୋଗ ତାଙ୍କୁ ଗଭୀର ଆଘାତ ଦେଇଥିଲା। ତେଣୁ  ସେ ଘଟଣାସ୍ଥଳରେ ହିଁ କୁକୁରର ମୃତ ଶରୀରକୁ ଜାବୁଡି ଧରି ଚିତ୍କାର କରି କାନ୍ଦିବାକୁ ଲାଗିଥିଲେ।  ସ୍ଥାନୀୟ ଲୋକେ ବହୁ ବୁଝାସୁଝା କରିବା ପରେ ମାଲିକ ଜଣକ ରାସ୍ତା ଉପରୁ ଆସି ପୁଣି ଥରେ ଡିଭାଇଡର ନିକଟରେ ବସି କାନ୍ଦିବାରେ ଲାଗିଥିଲେ। ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ତେବେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ସେହି ସମୟରେ ସେ ଏତେ ପରିମାଣରେ ମ୍ରିୟମାଣ ହୋଇ ରାସ୍ତା ଉପରେ କାନ୍ଦିବାରେ ଲାଗିଥିଲେ ଯେ, ଅନେକ ଭାରି ଯାନ ତାଙ୍କ ନିକଟ ଦେଇ ଗଲେ ସୁଦ୍ଧା ସେ ଆଦୌ ଭୃକ୍ଷେପ କରିନଥିଲେ । ସେହି ହାଇୱେ ଦେଇ ଯାଉଥିବା ଭାରି ଯାନ ସମ୍ମୁଖରୁ ମାଲିକ ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି । ତେବେ ପଶୁ ଆଉ ମଣିଷ ଭିତରେ ଏମିତି ନିବିଡ଼ ଭଲ ପାଇବା ମଧ୍ୟ ହୋଇପାରେ ତାହା ହିଁ ଏ ଦୃଶ୍ୟ ବୟାନ କରୁଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.