ଦଣ୍ଡ ଦେଖିବାକୁ ଯାଇଥିଲେ ଯୁବକ, ଗାଁ ମୁଣ୍ଡରୁ ମିଳିଲା ମୃତଦେହ - ସୁବର୍ଣ୍ଣପୁର ବୀରମହାରାଜପୁର

🎬 Watch Now: Feature Video

thumbnail

By

Published : May 14, 2023, 9:15 PM IST

ସୁବର୍ଣ୍ଣପୁର: ଦଣ୍ଡ ଦେଖିବାକୁ ଯାଇ ଘରକୁ ଫେରି ନଥିଲେ ଯୁବକ । ଦୁଇ ଦିନ ପରେ ଗାଁ ମୁଣ୍ଡରେ ମିଳିଲା ମୃତଦେହ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ବୀରମହାରାଜପୁର ଥାନା ଅନ୍ତର୍ଗତ ରୁଗୁଡିପାଲି ଗାଁରେ । ତେବେ ହତ୍ୟା ସନ୍ଦେହ କରି ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ରୁଗୁଡିପାଲି ଗାଁର ସେବକ ଜଗଦଲା ବୋଲି ଜଣାପଡିଛି ।  

ସୂଚନା ଆନୁଯାୟୀ, ଗତ ଦୁଇଦିନ ହେଲା ସେବକ ଦଣ୍ଡ ଦେଖିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ସେବକଙ୍କ କୌଣସି ଖୋଜ ଖବର ପାଇ ନଥିଲେ । ତେବେ ଆଜି ସେବକଙ୍କ ମୃତଦେହ ଗାଁ ମୁଣ୍ଡରେ ପଡିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେବକଙ୍କ ମୁଣ୍ଡ ପଛ ପଟେ ଆଘାତ ଲାଗି ଥିବାରୁ ତାକୁ ହତ୍ୟା କରାଯାଇଥିବା ସନ୍ଦେହରେ ପରିବାର ପକ୍ଷରୁ ଥାନାରେ ଏକ ହତ୍ୟା ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ସେବକଙ୍କ ମୃତଦେହକୁ ପରିବାର ଓ ସମ୍ପର୍କୀୟ ଗାଁ ମୁଣ୍ଡ ନାଳରେ ପୋତି ଦେଇଥିଛନ୍ତି । ଫଳରେ ଆସନ୍ତାକାଲି(ସୋମବାର) ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ବାହାର କରାଯାଇ ପୋଷ୍ଟମର୍ଟମ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । 

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.