thumbnail

By ETV Bharat Odisha Team

Published : Oct 8, 2023, 1:19 PM IST

ETV Bharat / Videos

World Cup 2023: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଜବରଦସ୍ତ ପାଇଟ, କିଏ ମାରିବ ବାଜି ?

କଟକ: ଆଉ କିଛି ସମୟର ଅପେକ୍ଷା । ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ ଅଭିୟାନ ଆରମ୍ଭ କରିବ ଭାରତ। ଦୁଇ ଦଳ ମଧ୍ୟରେ ଆରମ୍ଭ ହେବ ଏକ ବଡ଼ ଲଢେଇ। ଚଳିତ ବିଶ୍ୱକପ ପ୍ରଥମ ମ୍ୟାଚ ଖେଳିବ ଭାରତ, ସମ୍ନାରେ  ରହିଛି କଙ୍ଗାରୁ ଦଳ ।  ଆଜିର ମ୍ୟାଚକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ରହିଛି । ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦିନ 2ଟା ସମୟରେ ଆରମ୍ଭ ହେବ ମ୍ୟାଚ୍‌ ।  ଆଜିର ମ୍ୟାଚରେ ଭାରତୀୟ ବ୍ୟାଟରଙ୍କ ଜବରଦସ୍ତ ବ୍ୟାଟିଂ ଓ ଅଷ୍ଟ୍ରେଲିଆ ବୋଲରଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିବ । ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବା ନେଇ ସମସ୍ତଙ୍କ ଆଶା ରହିଛି । ରୋହିତଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ମ୍ୟାନ୍‌ ଇନ୍‌ ବ୍ଲୁ । ଏଥିପାଇଁ ପୁରା ପ୍ରସ୍ତୁତ ଚିଦାମ୍ବର ଷ୍ଟାଡିୟମ । ତେବେ ଚେନ୍ନାଇରେ ମ୍ୟାଚ୍‌ କେତେ ହେବ ଚିତାକର୍ଷକ । ଏନେଇ ଓଡ଼ିଶା କ୍ରିକେଟର ବିପ୍ଳବ ସାମନ୍ତରାୟ ସିଧାସଳଖ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ପ୍ରଭୁକଲ୍ୟାଣ ପାଲ ।  

ଏହା ମଧ୍ୟ ପଢନ୍ତୁ- World Cup 2023: ଆଜି ଭାରତ-ଅଷ୍ଟ୍ରେଲିଆ ମୁକାବିଲା, ମ୍ୟାଚକୁ ନେଇ ଉତ୍ସାହୀ କ୍ରୀଡ଼ାପ୍ରେମୀ

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.