ମହିଳା ପୋଲିସଙ୍କ ଦାଦାଗିରି, ବୃଦ୍ଧଙ୍କ ଉପରେ ଲାଠି ଚାର୍ଜ

🎬 Watch Now: Feature Video

thumbnail

ପାଟନା: ମହିଳା ପୋଲିସଙ୍କ ଦାଦାଗିରିକୁ ନେଇ ସାମ୍ନାକୁ ଆସିଛି ଏକ ଭାଇରାଲ ଭିଡିଓ । ଭାଇରାଲ ଭିଡିଓରେ ଦୁଇଜଣ ମହିଳା କନଷ୍ଟେବଳ ଜଣେ ବୃଦ୍ଧଙ୍କୁ ଅତି ନିର୍ମମ ଭାବରେ ପିଟୁଥିବାର ନଜର ଆସିଛନ୍ତି । ତେବେ ଘଟଣାଟି ବିହାର କୈମୁର ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ଭାଇରାଲ ଭିଡିଓ ନଜର ଆସିଥିବା ଦୁଇଜଣ ମହିଳା କନଷ୍ଟେବଳ କୈମୁର ଜିଲ୍ଲାର ଭଭୁଆ ପୋଲିସ ଷ୍ଟେସନର ବୋଲି ଜଣାପଡିଛି ।

ଏଥିରେ ଅତି ନିର୍ମମ ଭାବରେ ମାଡ ଦିଆଯାଉଥିବା ବୃଦ୍ଧ ହେଉଛନ୍ତି ନାବଲ କିଶୋର ପାଣ୍ଡେ ଏବଂ ସେ ଏକ ଘରୋଇ ବିଦ୍ୟାଳୟର ଶିକ୍ଷକ । ସେ ଗତ ୪୦ ବର୍ଷ ଧରି ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି । କୁହାଯାଏ ଯେ ନାଭାଲ କିଶୋର ପାଣ୍ଡେ ସବୁଦିନ ପରି ସ୍କୁଲରୁ ପିଲାମାନଙ୍କୁ ଶିକ୍ଷା ଦେବା ପରେ ନିଜ ସାଇକେଲରେ ଘରକୁ ଯାଉଥିଲେ। ଏହି ସମୟରେ ଭଭୁଆ ସହରର ଜୟ ପ୍ରକାଶ ଛକ ନିକଟରେ ଏକ ଭୟଙ୍କର ଟ୍ରାଫିକ୍ ଜାମ୍ ଥିଲା । ଯେଉଁଠାରେ ବୃଦ୍ଧ ଶିକ୍ଷକ ଜଣଙ୍କ ନିଜ ସାଇକେଲରୁ ଖସି ଯାଇଥିଲେ । 


ଅତି ନିର୍ମମ ଭାବରେ ବୃଦ୍ଧଙ୍କୁ ପିଟୁଥିଲେ ମହିଳା ପୋଲିସ ଦ୍ବୟ: ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଥିବା ଦୁଇଜଣ ମହିଳା କନଷ୍ଟେବଳ ବୃଦ୍ଧଙ୍କୁ ତିରନ୍ତ ସାଇକେଲ ହଟାଇବାକୁ କହିଥିଲେ । ବୃଦ୍ଧ ନାବଲ କିଶୋର ପାଣ୍ଡେଙ୍କ ସାଇକେଲ ହଟାଇବା ପାଇଁ ସମୟ ଲାଗିବାରୁ ମହିଳା କନଷ୍ଟେବଳ ଦ୍ବୟ କ୍ରୋଧିତ ହୋଇ ଅତି ନିର୍ମମ ଭାବରେ ବୃଦ୍ଧଙ୍କ ଉପରେ ଲାଠି ଚାର୍ଜ କରିଥିଲେ । ବୃଦ୍ଧଙ୍କ ଉପରେ ଲାଠି ଚାର୍ଜ ସମୟରେ ଏକ ବ୍ୟକ୍ତି ଏହାର ଭିଡିଓ କରି ସୋସିଆଲ ମିଡିଆରେ ପକାଇଥିଲେ, ଯାହା ବେଶ ଭାଇରାଲ ହେବାରେ ଲାଗିଛି ।

ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଲେ ଏସପି: ମିଳିଥିବା ସୂଚନା ଅନୁଯାୟୀ ର୍ମମ ଭାବରେ ମାଡ ଖାଇଥିବା ବୃଦ୍ଧ ବୟସ ୭୦ ବର୍ଷରୁ ଅଧିକ ହେବ । ସେ ସୋନହାନ ପୋଲିସ ଷ୍ଟେସନ ଅନ୍ତରଗତ ବାରୋଲି ଗାଁର ବାସିନ୍ଦା  । ପ୍ରତିଦିନ ସେ ସୋନହାନ ପୋଲିସ ଷ୍ଟେସନ ଅଞ୍ଚଳରୁ ଭଭୁଆ ପୋଲିସ ଷ୍ଟେସନ ଅଞ୍ଚଳକୁ ପିଲାମାନଙ୍କୁ ପିଲାମାନଙ୍କୁ ଶିକ୍ଷା ଦାନ କରୁବାକୁ ଯାଆନ୍ତି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ କୈମୁର ଏସପି କହିଛନ୍ତି , ମୁଁ ଏସଡିପିଓ ସୁନୀଲ କୁମାରଙ୍କୁ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛି । ଏହାସହ ୨୪ ଘଣ୍ଟା ମଧ୍ୟରେ ଘଟଣାର ସତ୍ୟାସତ୍ୟ ଉପରେ ରିପୋର୍ଟ ପ୍ରସ୍ତୁତ କରିବାକୁ କହିଛି।

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.