ମହିଳା ସଫେଇ କର୍ମଚାରୀଙ୍କୁ ମାଡ ମାରିଲେ ଟଲି ଚାଳକ, ଘଟଣାସ୍ଥଳରେ ଉତ୍ତେଜନା

By

Published : Apr 13, 2023, 10:37 AM IST

thumbnail

ଭଦ୍ରକ: ସାମାନ୍ୟ କଥାକୁ କେନ୍ଦ୍ର କରି କଥା କଟାକଟି । ପରେ ମହିଳା ସଫେଇ କର୍ମଚାରୀଙ୍କୁ ଆକ୍ରମଣ କଲେ ଟଲି ଚାଳକ । ଶେଷରେ ନ୍ୟାୟ ଦାବିରେ ରାସ୍ତା ରୋକ କଲେ ମହିଳା ସଫେଇ କର୍ମଚାରୀ । ଏଭଳି ଘଟଣା ଘଟିଛି ଭଦ୍ରକ ପୌରପାଳିକାର ଅପର୍ତିବିନ୍ଧା ଛକ ନିକଟରେ । ମିଳିଥିବା ସୂଚନା ଅନୁଯାୟୀ, ଗତ ବୁଧବାର ରାତିରେ ଭଦ୍ରକ ପୌରପାଳିକାରେ ମହିଳା ସଫେଇ କର୍ମଚାରୀ ମାନେ ରାସ୍ତା ସଫା କରୁଥିଲେ । ଏହି ସମୟରେ ଅପର୍ତିବିନ୍ଧା ଛକ ନିକଟରେ ଥିବା କିଛି ଟଲି ଚାଳକଙ୍କୁ ଟଲି ଆଗକୁ ନେବାକୁ କହିଥିଲେ ମହିଳା ମାନେ। କିନ୍ତୁ ଏହାକୁ ନେଇ ଟଲି ଚାଳକ ମହିଳା ସଫେଇ କର୍ମଚାରୀ ମାନଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ  ପ୍ରତିବାଦ କରିବାରୁ ଟ୍ରଲି ଚାଳକ ମାନେ ମହିଳା ସଫେଇ କର୍ମଚାରୀ ମାନଙ୍କୁ ମାଡ଼ ମାରିଥିଲେ । ଯାହାକୁ ବିରୋଧ କରି ସଫେଇ ମହିଳା କର୍ମୀ ମାନେ ଏବଂ ସ୍ଥାନୀୟ ଲୋକେ ଏକାଠି ହୋଇ ଅପର୍ତିବିନ୍ଧା ଛକ ନିକଟରେ ରାସ୍ତା ରୋକ କରି ଧାରଣାରେ ବସିଥିଲେ । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣ କରିଥିଲା । ତେବେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.