ଜଙ୍ଗଲ ଛାଡି ସହରମୁହାଁ ହାତୀପଲ, ବିଳମ୍ବିତ ରାତିରେ ଝାରସୁଗୁଡା ଗଳିକନ୍ଦି ବୁଲିଲେ - ହାତୀପଲକୁ ଜଗିଛି ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍

🎬 Watch Now: Feature Video

thumbnail

By

Published : Mar 26, 2023, 1:34 PM IST

ଝାରସୁଗୁଡା: ଝାରସୁଗୁଡାରେ 7 ଟିକିଆ ହାତୀ ପଲ । ଏନେଇ ଲୋକେ ହନ୍ତସନ୍ତ । ବିଳମ୍ୱିତ ରାତିରେ ଝାରସୁଗୁଡା ସହରରେ ଦେଖିବାକୁ ମିଳିଛି ହାତୀପଲ । ପ୍ରାୟ ରାତି ଗୋଟାଏ ବେଳେ ହାତୀ ପଲ ଝାରସୁଗୁଡା ସହରର ମୁଙ୍ଗାପଡ଼ା ଅଞ୍ଚଳର ମଙ୍ଗଳ ବଜାର ପଟେ ହାତୀ ପଲ ଦେଖିବାକୁ ମିଳିଥିଲେ । ଏନେଇ ଝାରସୁଗୁଡା ପୋଲିସ ଅଧିକାରୀ ତଥା ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ସୂଚନା ଦେବା ପରେ ହାତୀ ପଲକୁ ଘଉଡାଇବାରେ ସଫଳ ହୋଇଥିଲା । ବର୍ତ୍ତମାନ ହାତୀ ପଲ ଭୁର୍କାମୁଣ୍ଡା ଜଙ୍ଗଲରେ ଥିବା ସୂଚନା ମିଳିଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଅନ୍ୟପଟେ ଏନେଇ ବନବିଭାଗ ମଧ୍ୟ ସେହି ଅଞ୍ଚଳରେ ବର୍ତ୍ତମାନ ଉପସ୍ଥିତ ରହିଛି । ବର୍ତ୍ତମାନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଥିବା ବେଳେ ବିଗତ କିଛି ବର୍ଷ ହେବ ହାତୀ ସହରମୁହାଁ ହେଉଛନ୍ତି । ଏହାର ମୁଖ୍ୟ କାରଣ ଜଙ୍ଗଲ କ୍ଷୟ ଅଟେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ଗତକାଲି ବିଳମ୍ବିତ ରାତ୍ରରେ ହାତୀପଲକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି  କୋକୁଆ ଭୟ ।  

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.