ମୋଦିଙ୍କୁ ଭେଟିଲେ ଦିଦି: ପଶ୍ଚିମବଙ୍ଗ ପାଇଁ ମାଗିଲେ ବକେୟା କେନ୍ଦ୍ରୀୟ ପାଣ୍ଠି

By ETV Bharat Odisha Team

Published : Dec 20, 2023, 4:19 PM IST

thumbnail

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗକୁ  ଅଧିକ ଆର୍ଥିକ ସହାୟତା ପ୍ରଦାନ ସହ ବନ୍ଦ ଥିବା କେନ୍ଦ୍ରୀୟ ପାଣ୍ଠି ରିଲିଜ କରିବାକୁ ଦାବି କରିଛନ୍ତି । ଦିଦିଙ୍କ ସହିତ ଥିଲେ ଟିଏମସିର 9 ଜଣ ସାଂସଦ । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ପରେ ଦିଦି କହିଛନ୍ତି ଯେ, କେନ୍ଦ୍ର ସରକାର ପଶ୍ଚିମବଙ୍ଗକୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ପାଣ୍ଠି ଯୋଗାଣ ବନ୍ଦ କରି ଦେଇଛନ୍ତି । ବିଶେଷ କରି ଗରୀବ କଲ୍ୟାଣ ଯୋଜନା- ମନରେଗା ଟଙ୍କା ମଧ୍ୟ ଦିଆଯାଉନାହିଁ । ସେହିପରି ଗ୍ରାମାଞ୍ଚଳ ବିକାଶ ଯୋଜନା, ସ୍ବାସ୍ଥ୍ୟ ମିଶନ, ଅର୍ଥ କମିଶନ ପାଣ୍ଠି କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି । ଏସବୁ କ୍ଷେତ୍ରରେ ଶୀଘ୍ର  ପାଣ୍ଠି ପ୍ରଦାନ କରିବାକୁ ଦାବି କରିଛନ୍ତି  ଦିଦି । କେନ୍ଦ୍ରୀୟ ଅଧିକାରୀ ସମୀକ୍ଷା କରିବା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ମମତା ସୂଚନା ଦେଇଛନ୍ତି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଗତକାଲି ଦିଲ୍ଲୀରେ ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେବା ପରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.