ଲଗାଣ ବର୍ଷାରେ ବେହାଲ କାକଟପୁର ମଙ୍ଗଳା ମନ୍ଦିର, ଶ୍ରଦ୍ଧାଳୁ ହନ୍ତସନ୍ତ - ମନ୍ଦିରରେ ଶ୍ରଦ୍ଧାଳୁ ହନ୍ତସନ୍ତ

🎬 Watch Now: Feature Video

thumbnail

By

Published : Aug 14, 2022, 5:47 PM IST

Updated : Feb 3, 2023, 8:26 PM IST

ପୁରୀ:ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଏହି ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇ ପଡିଛି କାକଟପୁର ମା ମଙ୍ଗଳା ମନ୍ଦିର। ମନ୍ଦିରର ମୁଖ ଶାଳାରେ ଫାଟ ଯୋଗୁଁ ପାଣି ଗଳୁ ଥିବା ବେଳେ ମନ୍ଦିର ବେଢ଼ାରୁ ପାଣି ନିଷ୍କାସନ ହୋଇ ନପାରିବାରୁ ଏହି ସମସ୍ୟା ଦେଖା ଦେଇଛି । ଫଳରେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଅନୁସାରେ ମନ୍ଦିରରେ ଫାଟ ପାଇଁ ପାଣି ଗଳୁଥିବା ସହ ବେଢାରେ ପାଣି ନିଷ୍କାସନ ସମସ୍ୟା ଯୋଗୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ । ତେବେ ଦୀର୍ଘଦିନ ଧରି ସମସ୍ୟା ଲାଗି ରହିଛି । ତେବେ ଏଭଳି ସମସ୍ୟା ନେଇ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀମାନେ ଅବଗତ ଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି । ଏହି ସମସ୍ୟାର ସମାଧାନ କରିବା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.