thumbnail

Chandrayaan 3 landing: ଦେଖନ୍ତୁ ISRO ମିଶନ କଣ୍ଟ୍ରୋଲରେ କିପରି ରହିଛି ମାହୋଲ

By ETV Bharat Odisha Team

Published : Aug 23, 2023, 4:02 PM IST

ବେଙ୍ଗାଲୁରୁ: ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିବାକୁ ମାତ୍ର ଆଉ କିଛି କ୍ଷଣ ବାକି । ସଂଧ୍ୟାରେ 6ଟା 4 ମିନିଟରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବା ପାଇଁ ଯାଉଛି ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-3 ଲ୍ୟାଣ୍ଡର । ବେଙ୍ଗାଲୁରୁ ସ୍ଥିତି ଇସ୍ରୋର ମୁଖ୍ୟ ମିଶନ କଣ୍ଟ୍ରୋଲରୁ ସମଗ୍ର ପ୍ରକ୍ରିୟା ନିୟନ୍ତ୍ରିତ ହେବ । କଣ୍ଟ୍ରୋଲ କମ୍ପେଲକ୍ସରେ ସମସ୍ତ ବୈଜ୍ଞାନିକ ଓ ଅଭିଯାନ ସହ ଜଡିତ ଇଞ୍ଜିନିୟର୍ସ ଓ ଟେକ୍ନିସିଆନ ପହଞ୍ଚି ସାରିଛନ୍ତି । ସଂଧ୍ୟା 5 ଟା 20 ରୁ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ହାର୍ଡ ବ୍ରେକିଂ ପ୍ରକ୍ରିୟା ଓ ପରେ ସଫ୍ଟ ଲ୍ୟାଣ୍ଡିଂ ମାଧ୍ୟମରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଲ୍ୟାଣ୍ଡର ‘ବିକ୍ରମ’ । ଏବେ ସୁଦ୍ଧା କୌଣସି ବୈଷୟିକ ସମସ୍ୟା ସାମ୍ନାକୁ ଆସିନି । ତେଣୁ ଅତ୍ୟନ୍ତ ସଫଳତାର ସହ ଲ୍ୟାଣ୍ଡର ଅବତରଣ କରିବା ନେଇ ଇସ୍ରୋ ଆଶାବାଦୀ ରହିଛି । ଦେଖନ୍ତୁ ଭିଡିଓ    

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.