PEO ଓ GRSଙ୍କ ବଦଳି ଦାବିରେ ଗ୍ରାମବାସୀଙ୍କ ବିଡିଓ କାର୍ଯ୍ୟାଳୟ ଘେରାଉ

By

Published : May 24, 2023, 11:30 AM IST

thumbnail

କେନ୍ଦୁଝର: ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକଙ୍କ ଅସହଯୋଗ ଯୋଗୁଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥ ବିନିଯୋଗ ହୋଇ ପାରୁନଥିବାରୁ ଏହି ଦୁଇ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବାକୁ ସଦର ବ୍ଲକ ରାଇସୁଆଁ ପଞ୍ଚାୟତର ଗ୍ରାମବାସୀ ବିଡିଓଙ୍କ ନିକଟରେ ଫେରାଦ ହୋଇଛନ୍ତି । ସରପଞ୍ଚ ଅନନ୍ତ କୁମାର ଦେହୁରୀଙ୍କ ନେତୃତ୍ବରେ ୫୦ରୁ ଊର୍ଦ୍ଧ୍ବ ହିତାଧିକାରୀ ସଦର ବିଡିଓଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏହି ଦୁଇ ଅଧିକାରୀ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ପାଇଁ କୌଣସି ନୂତନ ଫାଇଲ ନଖୋଲିବା ଯୋଗୁଁ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନାହିଁ  ସେ ଅଭିଯୋଗ କରିଛନ୍ତି । 

ଏଥିସହ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଯେକୌଣସି ପ୍ରସ୍ତାବ ଦେଲେ ସମ୍ପୃକ୍ତ ଦୁଇ ଅଧିକାରୀ ପ୍ରସ୍ତାବକୁ ଅଗ୍ରାହ୍ୟ କରୁଥିବା ମଧ୍ୟ କହିଛନ୍ତି ।  କେବଳ ଏତିକି ନୁହେଁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପଞ୍ଚାୟତ ଅଧୀନରେ ଥିବା ବାଲିସାହି ରାସ୍ତା ନିର୍ମାଣ ଓ ବନ୍ଧ ପୁନଃରୁଦ୍ଧାର କାର୍ଯ୍ୟରେ ନିଯୋଜିତ ୫୦ରୁ ଊର୍ଦ୍ଧ୍ବ ଜବକାର୍ଡଧାରୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ନକରି ଗ୍ରାମ ରୋଜଗାର ସେବକ ଉକ୍ତ ଯୋଜନାର ଅର୍ଥକୁ ଉଠାଣ କରି ହଡପ କରିଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଚଳିତମାସ ଶେଷ ସୁଦ୍ଧା ଉକ୍ତ ଅଧିକାରୀ ଦ୍ବୟଙ୍କୁ ବଦଳି କରାନଗଲେ ବାଧ୍ୟ ହୋଇ ଜିଲାପାଳଙ୍କ ଦ୍ବାରସ୍ଥ ହେବାକୁ ସରପଞ୍ଚ କହିଛନ୍ତି ।  

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.