Chandrayaan-3 Mission: ସଫଳ ଲ୍ୟାଣ୍ଡିଂ ପାଇଁ ଋଶିକେଶରେ ଗଙ୍ଗା ଆଳତୀ - ଚନ୍ଦ୍ରଯାନ ପାଇଁ ଗଙ୍ଗା ଆରତୀ
🎬 Watch Now: Feature Video
Published : Aug 22, 2023, 10:23 PM IST
ଡେରାଡୁନ: ଆସନ୍ତାକାଲି (ବୁଧବାର) ସଂଧ୍ୟାରେ ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-3 ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏହା ପୂର୍ବରୁ ଆଜି ସମଗ୍ର ଦେଶରେ ଦେଖିବାକୁ ମିଳିଛି ଭିନ୍ନ ତଥା ଉତ୍ସାହମୟ ପରିବେଶ । ସଫଳ ଲ୍ୟାଣ୍ଡିଂ ପାଇଁ ପୂଜାପାଠ, ହୋମ, ଜଜ୍ଞ ଆଦି କରାଯାଉଥିବାର ଦୃଶ୍ୟ ଦେଶର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି । ଆଜି ସଂଧ୍ୟାରେ ଦେବଭୂମି ଉତ୍ତରାଖଣ୍ଡର ଆଧ୍ୟାତ୍ମିକ ସହର ଋଶିକେଶରେ ପ୍ରସିଦ୍ଧ ପରମାର୍ଥ ନିକେତନ ଘାଟରେ ଗଙ୍ଗା ଆଳତୀ କରାଯାଇଛି । ଆଳତୀ ସହ ଘାଟରେ ତ୍ରିରଙ୍ଗା ପତାକା ଧରି ମିଶନର ସଫଳତା ପାଇଁ ପ୍ରାର୍ଥନା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ :-Chandrayaan-3: କାଉଣ୍ଟଡାଉନ ଆରମ୍ଭ, ବାଲୁକା ଚିତ୍ରକଳାରେ ଶୁଭକାମନା
କେବଳ ଏଠାରେ ନୁହେଁ, ଦେଶର ବିଭିନ୍ନ ସ୍ଥାନରେ ପୂଜାପାଠ, ହୋମ ଜଜ୍ଞ ଆଦି କରାଯାଇଛି । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ମିଶନର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ବିଭିନ୍ନ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ବିଜ୍ଞାନ ପ୍ରତିଷ୍ଠାନ, ପ୍ରଦର୍ଶନୀ କେନ୍ଦ୍ର ଆଦିରେ ମଧ୍ୟ ଲ୍ୟାଣ୍ଡିଂର ସିଧାପ୍ରସାରଣ ଦେଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ସଂଧ୍ୟା 5.20 ମିନିଟରୁ ଦେଶବାସୀ ଲ୍ୟାଣ୍ଡିଂ ଲାଇଭ ଦେଖିପାରିବେ । 6 ଟା 4 ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ‘ଲ୍ୟାଣ୍ଡର’ ।