UPSC Results: ସଫଳତା ପାଇଲେ କଳାହାଣ୍ଡି ଝିଅ ପ୍ରଥମା ପ୍ରତୀକ୍ଷା - କଳାହାଣ୍ଡି ଝିଅର ସଫଳତା

🎬 Watch Now: Feature Video

thumbnail

By

Published : May 24, 2023, 8:01 AM IST

ଭବାନୀପାଟଣା: ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଲେ କଳାହାଣ୍ଡି ଝିଅ । ଜିଲ୍ଲାର ଭବାନୀପାଟଣା ସହରର ପୁରୁଣା ପଡାର ୨୩ ବର୍ଷୀୟ ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦ ନମ୍ବର ରାଙ୍କ ରଖି ସଫଳତା ପାଇଛନ୍ତି । ସଫଳତା ପରେ ଏବେ ପ୍ରତୀକ୍ଷାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରତୀକ୍ଷାଙ୍କ ପିତା ମାତା ଗୋକୁଲା ନନ୍ଦ ପ୍ରଧାନ ଓ ରଶ୍ମିତା ପ୍ରଧାନ ଉଭୟ ପେସାରେ ଶିକ୍ଷକ ଶିକ୍ଷୟତ୍ରୀ ହୋଇଥିବା ବେଳେ ପ୍ରଥମା ପ୍ରତୀକ୍ଷା ପ୍ରଧାନ ଭବାନୀପାଟଣା OUAT କଲେଜରେ ପାଠ ପଢ଼ୁଥିବା ବେଳେ ଭାରତୀୟ ପ୍ରଶାସନିକ ସେବା ପାଇଁ ଘରେ ରହି ପ୍ରସ୍ତୁତି କରିଥିଲେ । ପ୍ରତ୍ୟେକ ଦିନ ୧୦ ରୁ ୧୨ ଘଣ୍ଟା ଏଥିପାଇଁ ସେ କଠିନ ପରିଶ୍ରମ କରୁଥିବା ବେଳେ ତାଙ୍କର ପରିଶ୍ରମ ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାରିଛି । ସେପଟେ ପ୍ରଥମା ପ୍ରତୀକ୍ଷା ପ୍ରଧାନଙ୍କ ମା ଓ ବାପା କହିଛନ୍ତି ଆମେ ପିତାମାତା ପେସାରେ ଶିକ୍ଷକ ଶିକ୍ଷୟତ୍ରୀ ହୋଇଥିବା ବେଳେ କେବେ ନିଜ ଝିଅକୁ ସମୟ ଦେବା ସମ୍ଭବ ହେଉନଥିଲା । ଆଜି ଝିଅ ଯେଉଁ ସ୍ଥାନରେ ପହଞ୍ଚିପାରିଛି ତାହା ତାର କଠିନ ପରିଶ୍ରମ ଓ ନିଷ୍ଠାର ସହ ଅଧ୍ୟୟନ ଯୋଗୁଁ ପାଇଛି ବୋଲି କହିଛନ୍ତି ।  

ଇଟିଭି ଭାରତ, କଳହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.