thumbnail

ଉଦ୍ଧାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସାର୍ବଜନୀନ ଅଛି, ରାଜନୀତି କରାନଯାଉ: ଧର୍ମେନ୍ଦ୍ର ପ୍ରଧାନ

By

Published : Jun 4, 2023, 10:43 PM IST

ଭୁବନେଶ୍ବର: ବାଲେଶ୍ବର ବାହାନଗା ନିକଟରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ତେବେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରାନଯାଉ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, "ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଲେଶ୍ଵର ଦୁର୍ଘଟଣାସ୍ଥଳକୁ ଆସିଥିଲେ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ମୁଁ ସେଠାରେ ଉପସ୍ଥିତ ଥିଲୁ । ରାଜନୀତି କରିବାର ଏହା ସମୟ ନୁହେଁ । ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ସବୁ ସାର୍ବଜନୀନ ଅଛି । ଗତକାଲି ଘଟଣାସ୍ଥଳରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ । ଗଣମାଧ୍ୟମର ଏକାଧିକ ଟିମ ଉପସ୍ଥିତ ଥିଲେ । ଲାଇଭ ଟେଲିକାଷ୍ଟ ହେଉଥିଲା । ସେଠାରେ ଉଦ୍ଧାର କାର୍ଯ୍ୟ ଗତକାଲି ଶେଷ ହୋଇଛି । ଯେଉଁମାନେ ମୃତକ ତାହା ଉପରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରି ମଧ୍ୟ ଯାଇଛନ୍ତି । ଲୁଚେଇବାର କୌଣସି କାରଣ ନାହିଁ । ଆବଶ୍ୟକତା ମଧ୍ୟ ନାହିଁ । ଅଧିକୃତ ଭାବେ ରାଜ୍ୟ ସରକାରଙ୍କ ତଥ୍ୟ ପ୍ରଦାନ କରାଯାଇଛି । ୨୭୫ ଜଣ ମୃତ୍ୟୁବରଣ କରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ରାଜନୈତିକ ଭାଷା ନକହିଲେ ଭଲ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.