Watch Video: 'ୟେ ରାମାୟଣ ହେ ପୁଣ୍ୟ କଥା ଶ୍ରୀରାମ କୀ'

By

Published : Mar 30, 2023, 3:35 PM IST

thumbnail

ନୂଆଦିଲ୍ଲୀ: ଆଜି ପବିତ୍ର ରାମ ନବମୀ । ରାମନାମ ଜପରେ ପବିତ୍ର ହୋଇଉଠିଛି ଚତୁର୍ଦ୍ଦିଗ । ସାରା ବିଶ୍ବରେ ଏକ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଏହି ଅବସରରେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି କୁନି ଲବକୁଶ । କୁନି କଣ୍ଠରେ ଗାଉଛନ୍ତି ରାମ ଶ୍ଳୋକ "ହମ କଥା ସୁନାତେ ରାମ ସକଳ ଗୁଣ ଧାମ କି, ୟେ ରାମାୟଣ ହେ ପୁଣ୍ୟ କଥା ଶ୍ରୀରାମ କୀ" । ହାତ ଯୋଡ଼ି ରାମ ଶ୍ଳୋକ ଗାଇ ସମସ୍ତଙ୍କ ମନରେ ଭରି ଦେଇଛନ୍ତି ଆଧ୍ୟାତ୍ମିକ ଭାବନା । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଭିଡିଓକୁ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଯେଉଁଥିରେ ୨ କୁନି କୁନି ପିଲା ଲବକୁଶଙ୍କ ବେଶ ଧାରଣ କରି ରାମ ନାମ ଉଚ୍ଚାରଣ କରିଛନ୍ତି । ଏହି କୁନି ଲବକୁଶଙ୍କୁ ୟୁଜର୍ସ ବେଶ ପ୍ରଶଂସା କରିବା ସହିତ ହିନ୍ଦୁ ଧର୍ମାବଲମ୍ବୀମାନେ ବେଶ ଗର୍ବ ଅନୁଭବ କରିଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.