ମୁହାଁମୁହିଁ ଧକ୍କା ହେଲେ ମାଲବାହୀ ଟ୍ରେନ, ଜଣେ ଲୋକ ପାଇଲଟ ମୃତ - ମଧ୍ୟପ୍ରଦେଶରେ ଭୟଙ୍କର ଟ୍ରେନ ଦୁର୍ଘଟଣା

🎬 Watch Now: Feature Video

thumbnail

By

Published : Apr 19, 2023, 10:36 AM IST

ଭୋପାଳ: ମଧ୍ୟପ୍ରଦେଶରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ଶାହଡୋଲ ନିକଟରେ ଦୁଇଟି ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ଲୋକ ପାଇଲଟର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କିଛି ପାଇଲଟ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଧକ୍କା ହେବା ଫଳରେ ଦୁଇଟି ଟ୍ରେନ ଓଲଟି ପଡିଥିଲା । ଅନ୍ୟ ଏକ ଟ୍ରାକରେ ଆଉ ଏକ ମାଲଗାଡି ଟ୍ରେନ ଯାଉଥିବା ବେଳେ ବଗି ପଡିବାରୁ ଉକ୍ତ ମାଲବାହୀ ଟ୍ରେନ ମଧ୍ୟ ପ୍ରଭାବିତ ହୋଇଛି । ଏହି ଭୟଙ୍କର ଟ୍ରେନ ଦୁର୍ଘଟଣା ଫଳରେ ଟ୍ରେନର ଇଞ୍ଜନରେ ନିଆଁ ଲାଗିଯାଇଥିବା ବେଳେ ଟ୍ରେନ ଭିତରେ ଦୁଇଜଣ କର୍ମଚାରୀ ଫସି ରହିଥିବା ଜଣାପଡିଛି । ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଟ୍ରେନରୁ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ କାର୍ଯ୍ୟ ଜାରି ରହିଛି । 

ସୂଚନାଅନୁସାରେ, ସକାଳ ପ୍ରାୟ ୬ଟା୪୫ ମିନିଟରେ ଏହି ଦୁର୍ଘଟଣା ହୋଇଥିଲା । ତେବେ ସିଂହପୁର ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଛିଡା ହୋଇଥିବା ବେଳେ ଅନ୍ୟଏକ ମାଲବାହୀ ଟ୍ରେନ ଆସି ଧକ୍କା ଦେଇଥିଲା । ଟ୍ରେନର ବେଗ ଅଧିକା ରହିଥିବାରୁ ଧକ୍କା ହେବା ପରେ ଓଲଟି ପଡିଥିଲା ବଗି । ସେହି ସମୟରେ ପାଖ ଏକ ଟ୍ରାକରେ ଅନୟ ଏକ ମାଲବାହୀ ଟ୍ରେନ ଯାଇଥିବା ବେଳେ ଉକ୍ତ ଟ୍ରେନ ଉପରେ ମାଡି ଯାଇଥିବା ବଗି । ଫଳରେ ଉକ୍ତ ଦୁର୍ଘଟଣାରେ ୩ଟି ମାଲବାହୀ ଟ୍ରେନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ନିଆଁ ଲାଗିଯାଇଥିବା ଦେଖାଯାଇଛି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.