thumbnail

By

Published : May 19, 2023, 3:37 PM IST

ETV Bharat / Videos

Watch Video: ପାର୍ଟନରଙ୍କ ପାଇଁ ସାବିତ୍ରୀ ବ୍ରତ ପାଳିଲେ କିନ୍ନର

ଅନୁଗୋଳ: ଆଜି ସାବିତ୍ରୀ ବ୍ରତ  । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ସଧବା ଓଡ଼ିଆଣୀ  । ସବୁଠି ସଧବା ମହିଳାମାନେ ଓଷା ରଖି ପୂଜାର୍ଚ୍ଚନା କରୁଥିବା ବେଳେ କିନ୍ନରମାନେ ବି ପାଳନ କରିଛନ୍ତି ସାବିତ୍ରୀ ବ୍ରତ । ଅନୁଗୋଳର କିନ୍ନର ସଂଘ ସଧବା ମହିଳାଙ୍କ ଭଳି ନିଜ ପାର୍ଟନରଙ୍କ ପାଇଁ ଆଜି ସାବିତ୍ରୀ ବ୍ରତ କରିଛନ୍ତି  । ବହୁସଂଖ୍ୟକ କିନ୍ନରମାନେ ଏକାଠି ହୋଇ ସହରର ଶିମିଳିପଡା ମନ୍ଦିର ନିକଟରେ ବ୍ରତ ପାଳନ କରିଛନ୍ତି  । ବିଧି ମୁତାବକ ବ୍ରତ ପାଇଁ ଆବଶ୍ୟକୀୟ ପୂଜା ସାମଗ୍ରୀ ଆଣି ପୂଜା କରିଛନ୍ତି କିନ୍ନର । ସେମାନଙ୍କ କହିବା କଥା, ବର୍ଷକୁ ଥରେ ଏହି ସାବିତ୍ରୀ ବ୍ରତକୁ ସେମାନେ ଚାତକ ଭଳି ଚାହିଁ ବସିଥାନ୍ତି । ଯେଉଁଭଳି ମହିଳାମାନେ ନିଜ ପରିବାରର ଶୁଭ ମନାସି ଓ ସ୍ଵାମୀଙ୍କ ଦୀର୍ଘଜୀବନ କାମନା ପାଇଁ ବ୍ରତ ପାଳନ୍ତି ଠିକ ସେଭଳି ସେମାନେ ମଧ୍ୟ ନିଜ ପାର୍ଟନରଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳୁଛନ୍ତି । ନିଜର ଗୁରୁ ଓ ସଂସାର ମଙ୍ଗଳ ପାଇଁ ସେମାନେ ଏହି ବ୍ରତ ପାଳନ କରନ୍ତି । ଆଜି ତିଥିରେ  ପୂଜାର୍ଚ୍ଚନା କରି ବେଶ୍ ଧନ୍ୟ ମନେ କରୁଥିବା ପ୍ରକାଶ କରିଛନ୍ତି କିନ୍ନର ସଂଘ  ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.