thumbnail

ଭ୍ରମରେ ପକାଉଛି ଟ୍ରେନ ରେସ୍ତୋରାଁ, ଚିନ୍ତାରେ ପଡିବେ ଖାଇବେ ନା ଯାତ୍ରା କରିବେ

By

Published : Jun 5, 2023, 9:36 PM IST

ଚେନ୍ନାଇ: ତାମିଲନାଡୁର କୋରାଇନାଡୁ ସ୍ଥିତ ମୈଲାଦୁଥୁରାଇରେ ଦେଖିବାକୁ ମିଳିଛି ଏକ ନିଆରା ରେସ୍ତୋରାଁ । ଯାହାର ଆକାର ଏବଂ ଡିଜାଇନ ସମ୍ପୂର୍ଣ୍ଣ ଭାବେ ଟ୍ରେନ ଭଳି ମନେ ହେଉଛି । ଟ୍ରେନରେ ଥିବା କୋଚ୍, ଇଞ୍ଜିନ ଏବଂ ଫ୍ୟାନ୍ ଭଳି ଏଠାରେ ମଧ୍ୟ  ସବୁକିଛି ସମାନ ଢଙ୍ଗରେ ଲାଗିଛି । ଯାହାକି ଖୁବ ଆକର୍ଷଣୀୟ ଦୃଶ୍ୟମାନ ହେଉଛି । ତେବେ ଏହି ବିରିୟାନୀ ରେସ୍ତୋରାଁର ମାଲିକ ହେଉଛନ୍ତି ଭେଙ୍କଟେଶ ଏବଂ ଶିବା ଭାରତୀ । ରେସ୍ତୋରାଁ ଚାହିଦାକୁ ଦୃଷ୍ଟିରେ ରଖି ଉଭୟ ଦମ୍ପତି ଏକ ନିଆରା ପ୍ରୟାସ କରିଥିବା ଦେଖିବାକୁ ମିଳିଛି । 

ତେବେ ବ୍ୟସ୍ତ ବହୁଳ ଜୀବନରୁ ସମୟ ମିଳିଲେ ଆତ୍ମୀୟ ସ୍ବଜନଙ୍କ ସହ ହୋଟେଲ କିମ୍ବା ରେସ୍ତୋରାଁରେ ଖାଇବା ପାଇଁ ପସନ୍ଦ କରିଥାନ୍ତି ଲୋକେ । ତେବେ ଏହି ରେସ୍ତୋରାଁରେ ବସି ଖାଇବା ସମୟରେ ଏକ ଟ୍ରେନ ଭିତରେ ବସି ଖାଇବା ଭଳି ମନେ ହୁଏ । ତେଣୁ ଏପରି ନିଆରା ରେସ୍ତୋରାଁକୁ ଗ୍ରାହକଙ୍କ ସୁଅ ଛୁଟୁଥିବାବେଳେ ବହୁ ସଂଖ୍ୟାରେ ଗ୍ରାହକମାନେ ଆସି ସୁସ୍ବାଦୁ ବ୍ୟଞ୍ଜନର ମଜା ଉଠାଉଛନ୍ତି । ଏହାସହ ନିଜ ପରିବାରବର୍ଗ ସହ ସମୟ ବିତାଇବାକୁ ଏହା ଏକ ଉପଯୁକ୍ତ ସ୍ଥାନ ବୋଲି ମତ ପ୍ରକାଶ ପାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.