ଟ୍ରାଫିକ କର୍ମଚାରୀଙ୍କୁ ବନେଟ ଉପରେ ଘୋଷାଡି ନେଲେ କାର୍ ଚାଳକ - ବନେଟ ଉପରେ ୪ କିଲୋମିଟର

🎬 Watch Now: Feature Video

thumbnail

By

Published : Dec 13, 2022, 12:57 PM IST

Updated : Feb 3, 2023, 8:35 PM IST

ଭୋପାଳ: ଫୋନରେ କଥା ହୋଇ ଗାଡି ଚଳାଉଥିଲେ । ଚାଲାଣ କାଟିବାରୁ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ବନେଟ ଉପରେ ବସାଇ ୪ କିଲୋମିଟର ଘୋଷାଡି ନେଲେ କାର୍ ଚାଳକ । ମଧ୍ୟପ୍ରଦେଶ ଇନ୍ଦୋର ସହରରୁ ଏଭଳି ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଯୁବକ ଫୋନରେ ଗପି କାର ଚଳାଉଥିବାର ଟ୍ରାଫିକ ହେଡ୍ କନେଷ୍ଟବଳ ଶିବ ସିଂହ ଚୌହାନ ଦେଖିଥିଲେ । ତେଣୁ ସେ କାର୍‌କୁ ଅଟକାଇ ଜୋରିମାନା ଭରିବାକୁ କହିଥିଲେ । ଏଥିରେ ରାଗି ଯାଇ କାର ଚାଳକ ହଠାତ୍ ଗାଡି ଷ୍ଟାର୍ଟ୍ କରିଥିଲେ । ଶିବ ସିଂହ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସତ୍ତ୍ବେ ସେ ଅଟକି ନଥିଲେ ବରଂ କାର ବନେଟ ଉପରେ ତାଙ୍କୁ ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ । କିଛି ବାଟ ଯିବା ପରେ ଟ୍ରାଫିକ କର୍ମଚାରୀ ବିପଦପୂର୍ଣ୍ଣ ଭାବେ ଗାଡିରୁ ଡେଇଁ ପଡିଥିଲେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାପରେ ଅଭିଯୁକ୍ତ କାର୍ ଚାଳକକୁ ପୋଲିସ ଗିରଫ କରିଛି ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.