Har Ghar Tiranga: ବାଲେଶ୍ବରରେ ତ୍ରିରଙ୍ଗା ଶୋଭାଯାତ୍ରା - ବାଇକ ଯୋଗେ ତ୍ରିରଙ୍ଗା ଯାତ୍ରା

🎬 Watch Now: Feature Video

thumbnail

By

Published : Aug 10, 2022, 7:16 PM IST

Updated : Feb 3, 2023, 8:26 PM IST

ବାଲେଶ୍ବର: ହର ଘର ତ୍ରିରଙ୍ଗା ପାଇଁ ଶୋଭାଯାତ୍ରା ଅନୁଷ୍ଠିତ । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ହର୍ ଘର୍ ତ୍ରିରଙ୍ଗା ପାଇଁ ଚାରିଆଡେ ଦେଖିବାକୁ ମିଳିଛି ଉତ୍ସାହ । ଏନେଇ ବାଲେଶ୍ବରର ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ବରେ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଦର ବିଜେପି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ସାମିଲ ହୋଇଥିଲେ । ହାତରେ ତ୍ରିରଙ୍ଗା ଧରି ବାଇକ ଯୋଗେ ସହର ପରିକ୍ରମା କରିଛନ୍ତି । ଏହି ବାଇକ ରାଲି ସହରର ଗାନ୍ଧୀସ୍ମୃତି ଭବନଠାରୁ ଆରମ୍ଭ ହୋଇଥିଲା । ପରେ ଏହି ଶୋଭାଯାତ୍ରା ପୋଲିସ ଲାଇନ ଛକ, ପଢୁଆପଦା ଛକ, କଲେଜ ରୋଡ, ସିନେମା ଛକ, ଥାନା ଛକ ଦେଇ ବାରବାଟୀ ସ୍ଥିତ ସ୍ବାଧୀନତା ସଂଗ୍ରାମୀ ବାଘାଜତୀନ ପୀଠରେ ସମାପ୍ତ ହୋଇଥିଲା । ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀ ଶହୀଦ ବାଘାଜତୀନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.