Watch: ଶ୍ରୀଲଙ୍କାରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ଶନିବାର ଭାରତ-ପାକ୍ ମୁକାବିଲା

By ETV Bharat Odisha Team

Published : Aug 31, 2023, 9:31 AM IST

thumbnail

କଲୋମ୍ବୋ: ଅଗଷ୍ଟ 30 ତାରିଖରୁ ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏସିଆ କପ୍ ଆରମ୍ଭ ହୋଇଛି । ଭାରତ ସେପ୍ଟେମ୍ବର 2 ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ କାଣ୍ଡିରେ ଭେଟିବ । ଏନେଇ ରୋହିତ ଶର୍ମା ନେତୃତ୍ବାଧୀନ ଭାରତୀୟ ଦଳ ଶ୍ରୀଲଙ୍କାରେ ପହଞ୍ଚି ସାରିଛି । ଏସିଆ କପ ପାଇଁ ଘୋଷଣା ହୋଇଥିବା 17ଜଣିଆ ଭାରତୀୟ ସ୍କ୍ବାଡ କୋଚ ଷ୍ଟାଫଙ୍କ ସହିତ ଶ୍ରୀଲଙ୍କାରେ ପହଞ୍ଚି ସାରିଛି । ଶ୍ରୀଲଙ୍କାରେ ପହଞ୍ଚିବା ପରେ ଟିମ ଇଣ୍ଡିଆକୁ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ ହୋଟେଲରେ ସ୍ବାଗତ କରାଯାଇଥିଲା । ଏହା ପରେ ଦଳ ବିଶ୍ରାମ ନେଇଛି । ସେପ୍ଟେମ୍ବର 2 ତାରିଖରେ କାଣ୍ଡିରେ ଭାରତ ତାର ଏସିଆ କପ ଅଭିଯାନ ଆରମ୍ଭ କରିବ । ଏହା ପୂର୍ବରୁ ଆଜି ଓ ଆସନ୍ତାକାଲି 2 ଦିନ ଅଭ୍ୟାସ କରିବ । ଏହି ଦୁଇ ଦିନ ସୀମିତ ସମୟ ମଧ୍ୟରେ ସ୍ଥାନୀୟ ଜଳବାୟୁ ସହିତ ଖାପ ଖୁଆଇବାକୁ ପ୍ରୟାସ କରିବ ଟିମ ଇଣ୍ଡିଆ । ଏସିଆ କପ 2023ର ଉଦଘାଟନୀ ମ୍ୟାଚ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯାଇଥିଲା । ଏଥିରେ ପାକିସ୍ତାନ 238ରନର ବଡ ବିଜୟ ହାସଲ କରିଛି ।

ଏହା ବି ପଢନ୍ତୁ...Asia Cup 2023: 238 ରନରେ ପାକିସ୍ତାନର ବଡ ବିଜୟ, ହାରିଲା ନେପାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.