ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-ଟ୍ବେଣ୍ଟି ପାଇଁ ଗୌହାଟୀରେ ଟିମ୍ ଇଣ୍ଡିଆ, ହୋଟେଲରେ ଭବ୍ୟ ସ୍ବାଗତ
🎬 Watch Now: Feature Video
ଗୌହାଟୀ: ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଖେଳାଯାଉଛି । ବିଶାଖାପଟନମରେ ପ୍ରଥମ ଓ ଥିରୁଅନନ୍ତପୁରମରେ ଦ୍ବିତୀୟ ଟି20 ମ୍ୟାଚ ଖେଳାଯାଇଥିଲା । ଆଜି ଗୌହାଟୀରେ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଏ ନେଇ ଗୌହାଟୀରେ ପହଞ୍ଚିଛି ଭାରତୀୟ ଦଳ । ଏକ ସ୍ବତନ୍ତ୍ର ବିମାନରେ ଗୌହାଟୀରେ ପହଞ୍ଚିବା ପରେ ବସ୍ ଯୋଗେ ହୋଟେଲରେ ପହଞ୍ଚିଥିଲା ସୂର୍ଯ୍ୟ ସେନା । ଦଳର ପ୍ରଶିକ୍ଷକ ଭିଭିଏସ ଲକ୍ଷ୍ମଣ ଓ କୋଟ ଷ୍ଟାଫଙ୍କ ସମେତ ମେନ ଇନ ବ୍ଲ୍ୟୁ ହୋଟେଲରେ ପହଞ୍ଚିଥିଲା । ସେଠାରେ ଦଳକୁ ଭବ୍ୟ ସ୍ବାଗତ କରାଯାଇଥଲା । ନାଚ ପାରମ୍ପରିକ ନୃତ୍ୟରେ ଦଳକୁ ଉତ୍ତରୀୟ ଦେଇ ହୋଟେଲ କର୍ତ୍ତୃପକ୍ଷ ସ୍ବାଗତ କରିଥିଲେ । ଗୌହାଟୀର ବର୍ଷାପଡା ଷ୍ଟାଡିୟମରେ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ପ୍ରଥମ ଦୁଇ ମ୍ୟାଚ ଜିତି 2-0ରେ ଆଗୁଆ ଥିବା ଭାରତ ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି ।