Synchronized Walk: ଜାପାନୀ ଛାତ୍ରଙ୍କ ଡ୍ରିଲ ଭିଡ଼ିଓ ଭାଇରାଲ, ଦେଖିଲେ ହୋଇଯିବେ ଅବାକ୍
ଟୋକିଓ: ସାଧାରଣତଃ ଆମେ ସ୍କୁଲରେ ଗୋଟିଏ ଧାଡିରେ ସଠିକ ଭାବେ ଠିଆ ହୋଇପାରିନଥାଉ । ଆଉ ପରେଡ଼ କଥା କହିଲେ ବେଳେ ବେଳେ ଅସାବଧାନତା ବଶତଃ ପରସ୍ପର ସହିତ ଧକ୍କା ମଧ୍ୟ ହୋଇଥାଉ । ହେଲେ ଏହି ଭିଡ଼ିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଠିଆ ହେବା ତ ଦୂରର କଥା ଏହି ଛାତ୍ରମାନେ ଧାଡ଼ିରେ ରହି ଦୌଡ଼ିବା ପରେ ମଧ୍ୟ କେହି କାହା ସହ ଧକ୍କା ଖାଉନାହାନ୍ତି । ଧାଡିରେ ଠିଆ ହୋଇ ଚାଲୁଥିବା ଗୋଟିଏ ଦଳ ଅନ୍ୟ ଏକ ଦଳକୁ ଅତିକ୍ରମ କରିବା ବେଳେ ମଧ୍ୟ ଅତି ସହଜରେ ନିଖୁଣତାର ସହିତ ଏମାନେ ଧାଡି (Synchronized Walk)ରେ ରହି ଚାଲୁଛନ୍ତି । ଯାହାକି ଦେଖଣାହାରୀକୁ କରୁଛି ଅବାକ୍ । ଏହି ଭିଡ଼ିଓ ହେଉଛି ଜାପାନର ନିପୋନ ସ୍ପୋର୍ଟ କ୍ରୀଡା ବିଜ୍ଞାନ ବିଶ୍ବବିଦ୍ୟାଳୟ (Nippon Sport Science University)ର । ଯେଉଁଠି ଗତ ୫୦ ବର୍ଷ ଧରି ଏପରି ଡ୍ରିଲ କରି ଆସୁଛନ୍ତି ଏଠାକାର ଛାତ୍ରୀ । ଯାହାକୁ ଜାପାନୀ ଭାଷାରେ କୁହାଯାଏ 'ସୁଡାନ କୋଉଡୁ' । ଅର୍ଥାତ ସାମୂହିକ କାର୍ଯ୍ୟ ବା ଗ୍ରୁପ ମୁଭମେଣ୍ଟ (Group movement) । ବିଶ୍ବବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀରେ ଛାତ୍ରମାନେ ଏହି କଳାକୌଶଳ ପ୍ରଦର୍ଶନ କରନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
Last Updated : Feb 3, 2023, 8:31 PM IST