Ekamra Project: ଭୂମିପୂଜନର ଦ୍ବିତୀୟ ଦିନ, ଚାଲିଛି ସୂର୍ଯ୍ୟ ପୂଜା

By

Published : Jun 27, 2023, 5:19 PM IST

thumbnail

ଭୁବନେଶ୍ବର: ଏକାମ୍ର କ୍ଷେତ୍ରର ଗୌରବମୟ ଐତିହ୍ୟର ସଂରକ୍ଷଣ ପାଇଁ ଏକାମ୍ର କ୍ଷେତ୍ରରେ ଚାଲିଛି ପୂଜାର୍ଚ୍ଚନା ।  ଆଜି (ମଙ୍ଗଳବାର) ଦ୍ବିତୀୟ ଦିନରେ ଭୂମିପୂଜନର ଚାଲିଛି ସୂର୍ଯ୍ୟ ପୂଜା ଓ ଗୋ ପୂଜା । ତିନିଦିନ ଧରି ପ୍ରକଳ୍ପର ଭୂମିପୂଜନ ହେବାକୁ ଥିବା ବେଳେ ପ୍ରଥମ ଦିନରେ ଅଙ୍କୁରୋପଣ ପୂଜାରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି ।  ଲିଙ୍ଗରାଜ ମନ୍ଦିର ସାମ୍ନାରେ ଥିବା ଉଦ୍ୟାନରେ ଏହି ଭବ୍ୟ ପୂଜାର ମାଙ୍ଗଳିକ କାର୍ଯ୍ୟ ଚାଲିଥିବା ବେଳେ ପୁରା ପରିବେଶ ଭକ୍ତିମୟ ହୋଇଉଠିଛି । ୨୫ରୁ ଊର୍ଦ୍ଧ୍ବ ବ୍ରାହ୍ମଣଙ୍କ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ଭୂମିପୂଜନ ସାଙ୍ଗକୁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ଆଜି ଯଜ୍ଞରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗଦେବାକୁ ଥିବା ବେଳେ ଆସନ୍ତାକାଲି (ଜୁନ ୨୮) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର କ୍ଷେତ୍ରର ଶିଳାନ୍ୟାସ କରିବେ । ଭୂମିପୂଜନ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ ହୋଇଛି ଏହି ଶୈବପୀଠ । ଏଠାରୁ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଦେବସ୍ମିତା ରାଉତ । ଦେଖନ୍ତୁ ଭିଡିଓ

ଏହା ବି ପଢନ୍ତୁ- ଏକାମ୍ର ପ୍ରକଳ୍ପ ଭୂମି ପୂଜନ ଉତ୍ସବ ଆରମ୍ଭ, ଆଜି ଯଜ୍ଞରେ ସାମିଲ ହେବେ ଗଜପତି ମହାରାଜା

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.