ସ୍ବର୍ଗଦ୍ବାରରେ ହେବ ମହେଶ୍ବରଙ୍କ ଅନ୍ତିମ ସଂସ୍କାର, ଶେଷ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି ସମର୍ଥକ

By ETV Bharat Odisha Team

Published : Nov 7, 2023, 12:18 PM IST

thumbnail

ପୁରୀ: ପରଲୋକରେ ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି । ତାଙ୍କ ଦେହାନ୍ତ ପରେ ପୁରୀରେ ଶୋକର ଛାୟା ଖେଳିଯାଇଛି । ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ମହେଶ୍ବରଙ୍କ ସମର୍ଥକ । କୁମୁଟି ସାହିରେ ଥିବା ସ୍ବର୍ଗତଃ ମହେଶ୍ବର ମହାନ୍ତିଙ୍କ ବାସଭବନ ଖାଁ ଖାଁ ହୋଇ ପଡ଼ିଥିବା ବେଳେ ଘର ବାହାରେ ସମର୍ଥକମାନେ ତାଙ୍କ ଶେଷ ଦର୍ଶନକୁ ଅନାଇ ବସିଛନ୍ତି । ଅନ୍ତିମ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି । ଜଣେ ସମର୍ଥକ କହିଛନ୍ତି ଯେ, ପୁରୀ ସହର ଆଜି ମୂରବୀ ଶୂନ୍ୟ ହୋଇ ପଡ଼ିଛି । ସହରବାସୀଙ୍କ ସୁଖଦୁଃଖର ସାଥୀ ଥିଲେ ମହେଶ୍ବର । ସେ ସମସ୍ତଙ୍କ ଅଭିଯୋଗ ଶୁଣି ସମସ୍ୟା ସମାଧାନ କରୁଥଲେ । ଏଥିପାଇଁ ତ ସେ ସମସ୍ତଙ୍କ ପ୍ରିୟ ମହିଆ ଭାଇ ରୂପେ ପରିଚିତ ଥିଲେ । ମହିଆ ଭାଇଙ୍କ ଦେହାନ୍ତ ତାଙ୍କ ଶୁଭେଚ୍ଛୁଙ୍କୁ ସ୍ତବ୍ଧ କରିଦେଇଛି । ସୂଚନା ଅନୁଯାୟୀ, ମହେଶ୍ବରଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରୁ ପୁରୀ ଆସିବା ପରେ ପ୍ରଥମେ ତାଙ୍କ ଜନ୍ମ ସ୍ଥାନକୁ ନିଆଯିବ । ପରେ ଅନ୍ତିମ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ସମର୍ଥକ ଓ ପରିବାର । ପରେ ଏକ ବିରାଟ ଶୋଭାଯାତ୍ରାରେ ମହେଶ୍ବରଙ୍କ ମର ଶରୀରରୁ ସ୍ଵର୍ଗଦ୍ଵାର ନିଆଯାଇ ଶେଷ କୃତ୍ୟ କରାଯିବ ।  

ଏହା ମଧ୍ୟ ପଢନ୍ତୁ-Maheswar Mohanty Passes Away: ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.