thumbnail

ପୁରୀରେ ପହଞ୍ଚିଲା ମହେଶ୍ଵରଙ୍କ ମୃତଦେହ, ହଜାର ହଜାର ସମର୍ଥକ ଓ ବହୁ ବିଶିଷ୍ଟ ବ୍ୟକ୍ତି କରୁଛନ୍ତି ଶେଷ ଦର୍ଶନ

By ETV Bharat Odisha Team

Published : Nov 7, 2023, 4:53 PM IST

ପୁରୀ: ପୁରୀରେ ପହଞ୍ଚିଲା ପୂର୍ବତନ ବାଚସ୍ପତି ମହେଶ୍ଵର ମହାନ୍ତିଙ୍କ ମୃତଦେହ । କୁମୁଟି ସାହୀସ୍ଥିତ ଘରେ ପହଞ୍ଚିଲା ମୃତଦେହ । ହଜାର ହଜାର ସମର୍ଥକ, ବିଜେଡି କର୍ମୀ ଓ ପୁରୀ ସହରବାସୀ ବିରାଟ ଶୋଭାଯାତ୍ରାରେ କୁମୁଟି ସାହୀସ୍ଥିତ ଘରକୁ ଦିବଙ୍ଗତ ନେତାଙ୍କ ମୃତଦେହ ନେଇଛନ୍ତି । ମହେଶ୍ଵର ମହାନ୍ତି ଅମର ରହେ ଧ୍ଵନିରେ କମ୍ପୁଛି ପରିବେଶ । ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଅମର ଆତ୍ମାର ସଦ୍‌ଗତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପ୍ରକାଶ ଥାଉ, ପୁରୀର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଆଜି ଭୋର୍ ସମୟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ହସ୍ପିଟାଲରୁ ତାଙ୍କର ପାର୍ଥିବ ଶରୀର ପ୍ରଥମେ ଶଙ୍ଖ ଭବନ, ପରେ ବିଧାନସଭା ନିଆଯାଇଥିଲା । ବିଧାନସଭା ପରିସରରେ ତାଙ୍କୁ ଗାର୍ଡ ଅଫ୍ ଅନର୍‌ ଦିଆଯାଇଥିଲା । ତେବେ ଆଉ କିଛି ସମୟ ପରେ ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ସ୍ଵର୍ଗଦ୍ବାର ନିଆଯିବ ବୋଲି ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...Maheswar Mohanty Demise: ବିଧାନସଭାରେ ପୂର୍ବତନ ବାଚସ୍ପତିଙ୍କୁ ଗାର୍ଡ ଅଫ୍ ଅନର

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.