କଲେଜରେ ନାହାନ୍ତି ଅଧ୍ୟାପକ, ଗେଟ୍‌ରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

🎬 Watch Now: Feature Video

thumbnail

By

Published : Jul 28, 2023, 3:55 PM IST

ମାଲକାନଗିରି: କଲେଜରେ ନାହାନ୍ତି ଆବଶ୍ୟକୀୟ ଅନୁଯାଇ ଅଧ୍ୟାପକ । ଅନ୍ୟ ଜଣେ ଅଧ୍ୟାପକଙ୍କୁ ଅନ୍ୟତ୍ର ବଦଳି କରାଯିବା ପରେ କଲେଜ ମୁଖ୍ଯ ଗେଟ୍ ଓ ଅଫିସ ରୁମରେ ତାଲା ପକାଇଲେ ଛାତ୍ରଛାତ୍ରୀ। ସଦର ମହକୁମାରେ ଥିବା କଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ଓ ତିନି ଛାତ୍ରଛାତ୍ରୀ ମାନେ ଅଧ୍ୟାପକଙ୍କ ବଦଳିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସୁଧା ଯୁକ୍ତ ଦୁଇ ଯୁକ୍ତ ତିନି କଲେଜରୁ ଅଲଗା ହୋଇନାହିଁ ।  ଯୁକ୍ତ ତିନିର ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷ ପାଇଁ ପ୍ରତି ବିଷୟରେ ୩ ଜଣ ଲେଖାଏଁ ଅଧ୍ୟାପକ ରହିବା ଦରକାର । ସେହିପରି ଯୁକ୍ତ ଦୁଇରେ ପ୍ରଥମ ଓ ଦ୍ବିତୀୟ ବର୍ଷ ପାଇଁ ପ୍ରତି ବିଷୟରେ ୨ ଜଣ ଲେଖାଏଁ ଅଧ୍ୟାପକ ଦରକାର । କିନ୍ତୁ କଲେଜରେ ବହୁ ବିଭାଗର ଅଧ୍ୟାପକ ପଦବୀ ଖାଲି ଥିବାବେଳେ କିଛି ବିଭାଗର ଜଣେ ଲେଖାଏଁ ଅଧ୍ୟାପକ ରହିଛନ୍ତି । ଏହି ସମୟରେ କଲେଜର ଇତିହାସ ବିଭାଗର ଜଣେ ଅଧ୍ୟାପକଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଅନ୍ତୋଷ ପ୍ରକାଶ ପାଇଛି । ଏହାକୁ ବିରୋଧ କରି ମହାବିଦ୍ୟାଳୟର ଛାତ୍ରଛାତ୍ରୀ କଲେଜର ମୁଖ୍ଯ ଗେଟ୍ ଓ କର୍ଯ୍ୟାଳୟରେ ତାଲା ପକାଇବା ସହ ସମସ୍ତ କ୍ଲାସ ବନ୍ଦ କରିଛନ୍ତି । ସମସ୍ତ ବିଭାଗର ଅଧ୍ୟାପକ ପଦବୀ ତୁରନ୍ତ ପୁରଣ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଯଦି ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବାକୁ  ଚେତାବନି ଦେଇଛନ୍ତି ଛାତ୍ରଛାତ୍ରୀ ।

ଏହା ମଧ୍ୟ ପଢନ୍ତୁ-କଲେଜରେ ପଡ଼ିଲା ତାଲା, ଆନ୍ଦୋଳନକୁ ଓହ୍ଲାଇଲେ ୬୬୨ ବର୍ଗ କଲେଜ ସଂଘ

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.