Har Ghar Tiranga, ଘର ଘର ବୁଲି ତ୍ରିରଙ୍ଗା ବାଣ୍ଟିଲେ ଛାତ୍ରଛାତ୍ରୀ - ଖୋର୍ଦ୍ଧାରେ ତ୍ରିରଙ୍ଗା ବାଣ୍ଟିଲେ ଛାତ୍ରଛାତ୍ରୀ
🎬 Watch Now: Feature Video
ଖୋର୍ଦ୍ଧା: ସ୍ୱାଧୀନତାର ୭୫ ବର୍ଷ ପାଇଁ ଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ । ସ୍ବାଧୀନତାର ଅନୁଭବ ପାଇଁ ପ୍ରତି ଘର ଉପରେ ତ୍ରିରଙ୍ଗା ପତାକା ଉଡେଇବାକୁ ଚାଲିଛି ସଚେତନତା । ଖୋର୍ଦ୍ଧାରେ ଛାତ୍ରଛାତ୍ରୀ ଏହି ଅବସରରେ ଆରମ୍ଭ କରିଛନ୍ତି ବିଭିନ୍ନ କାର୍ଯ୍ୟକ୍ରମ । ସମସ୍ତଙ୍କ ହାତରେ ତ୍ରିରଙ୍ଗା । ମନରେ ରହିଛି ଜାତୀୟତା ଭାବ। ଖୋର୍ଦ୍ଧାର ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ବାହାରି ଘର ଘର ବୁଲି ତ୍ରିରଙ୍ଗା ପତାକା ବାଣ୍ଟିଛନ୍ତି । ବନ୍ଦେ ମାତରଂ, ଭାରତ ମାତା କି ଜୟ ନାରା ଦେଇ ସମସ୍ତଙ୍କୁ ସ୍ବାଧୀନତାର ବାର୍ତ୍ତା ବାଣ୍ଟିଥିଲେ ଛାତ୍ରଛାତ୍ରୀ । ରାସ୍ତାରେ ଯାଉଥିବା ବାଇକ୍, କାର ଚାଳକଙ୍କୁ ଗୋଟେ ଗୋଟେ ତ୍ରିରଙ୍ଗା ପତାକା ଦେଇ ଘର ଉପରେ ଲଗାଇବାକୁ ପରାମର୍ଶ ଦେଇଥିଲେ। ପିଲାମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ITBPର ଯବାନ ମାନେ ଭାଗ ନେଇଥିଲେ। ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠି ସବୁ ଧର୍ମର ଲୋକେ ଏକାଠି ବାସ କରନ୍ତି । ଗୋଟିଏ ମଞ୍ଚରେ ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ ଧର୍ମକୁ ଏକାଠି କରିବାର କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ ଅଭିନୟ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ । ଇଟିଭି ଭାରତ, ଖୋର୍ଦ୍ଧା
Last Updated : Feb 3, 2023, 8:26 PM IST