ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ସାଙ୍ଗକୁ କୃଷି ଯନ୍ତ୍ରପାତି ମେଳାର ଶୁଭାରମ୍ଭ - କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 27, 2023, 9:32 AM IST

Agricultural Machinery Exhibition: 

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଓ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ମେଳା । ୫ ଦିନ ଧରି  ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ । ରାଜ୍ୟର ପୁରପଲ୍ଲୀରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଜମିବ ବେପାର । ତେବେ ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆରେ କେନ୍ଦ୍ରାପଡ଼ା ଜିଲ୍ଲା ଓର୍‌ମାସ୍‌ ଓ ମିଶନ ଶକ୍ତି ଦ୍ୱାରା ଆୟୋଜିତ ପଲ୍ଲିଶ୍ରୀ ମେଳା ଏବଂ କୃଷି ବିଭାଗ ଦ୍ଵାରା ପ୍ରଥମଥର ପାଇଁ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ମେଳାର ଆୟୋଜନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଏମ୍‌ଏସ୍‌ଏମ୍‌ଇ, ଶିଳ୍ପ ଏବଂ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ମେଳା ପରିସରରେ ୨୫୦ଟି ଷ୍ଟଲ ବୁଲି ଦେଖିଥିଲେ । ଏଥିସହ ଏହି ପଲ୍ଲୀଶ୍ରୀ ମେଳାକୁ କେବଳ ସରକାରୀ କାର୍ଯ୍ୟ ନଭାବି ଜିଲ୍ଲା ପ୍ରଶାସନ ଏହାର ମାର୍କେଟିଂ କରି ଜିଲ୍ଲାର ସମସ୍ତ ୯ଟି ବ୍ଲକ୍‌ରେ ପ୍ରଚାରପ୍ରସାର କରାଉ ବୋଲି ମତ ଦେଇଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ଯୋଗ ଦେଇ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଶାସନ ଆରମ୍ଭ ହେବା ଆଗରୁ ପଲ୍ଲଶ୍ରୀ ମେଳା କଣ ତାହା କେବଳ ରାଜଧାନୀ ଲୋକେ ଜାଣୁଥିଲେ ବୋଲି କହିଛନ୍ତି  । ଗତ କିଛିବର୍ଷ ମଧ୍ୟରେ ଏହାକୁ ବ୍ୟାପକ କରାଯାଇ ରାଜ୍ୟ ସରକାର ଯେଉଁଭଳି ବିଭିନ୍ନ ଜିଲ୍ଲାରେ ପଲ୍ଲିଶ୍ରୀ ମେଳାର ଆୟୋଜନ କରୁଛନ୍ତି ସେଥିପାଇଁ ଗାଁ ଲୋକେ ମଧ୍ୟ ବ୍ୟବସାୟ ପାଇଁ ଭଲ ପ୍ଲାଟଫର୍ମ ପାଉଛି ବୋଲି କହିଛନ୍ତି ମନ୍ତ୍ରୀ । 

ଏହା ମଧ୍ୟ ପଢନ୍ତୁ-ବରଗଡ଼ରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.