ଆନ୍ଦୋଳନ କରୁଥିଲେ କଂଗ୍ରେସ କର୍ମୀ, ଭୁଶୁଡି ପଡିଲା ମଞ୍ଚ

By

Published : Apr 3, 2023, 1:22 PM IST

thumbnail

ରାୟପୁର: ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ନେଇ ଦେଶରେ ଆନ୍ଦୋଳନ ଜାରି ରଖିଛି କଂଗ୍ରେସ । ଏହାକୁ ନେଇ ଗତକାଲି ରାତିରେ ଛତିଶଗଡରେ କଂଗ୍ରେସ ପକ୍ଷରୁ ଏକ ଟର୍ଚ ରାଲି କରାଯାଇଥିଲା । ତେବେ ଏକ ମଞ୍ଚରେ ଛିଡା ହୋଇ କଂଗ୍ରେସ କର୍ମୀ ଆନ୍ଦୋଳନ ଜାରି ରଖିଥିବା ବେଳେ ବେଳ ହଠାତ ଷ୍ଟେଜଟି ଭୁଶୁଡି ପଡିଥିଲା । ବିଲାସପୁରରେ ଏହି ଆନ୍ଦୋଳନ ଜାରି ରହିଥିଲା । ଷ୍ଟେଜ ଭୁଶୁଡିବା ପରେ ଜଣେ କଂଗ୍ରେସ ବିଧାୟକ ଆହତ ହୋଇଛନ୍ତି । ଏଥି ସହ କିଛି କଂଗ୍ରେସ କର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଆହତ ହୋଇଥିବା ବିଧାୟକଙ୍କ ଚିକିତ୍ସା ଜାରି ରହିଛି । ତେବେ ଆନ୍ଦୋଳନ ସମୟରେ ଷ୍ଟେଜ ଭୁଶୁଡିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ କିଛି କଂଗ୍ରେସ ନେତା ଏକ ଷ୍ଟେଜ ଉପରେ ଛିଡା ହୋଇ ଭାଷଣ ଦେଉଥିବା ବେଳେ ହଠାତ ଷ୍ଟେଜଟି ଭୁଶୁଡି ପଡିଥିଲା । ଏହାପରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇଥିଲା । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.