Watch: ଚାମଚରେ କ୍ଷୀର ପିଉଛନ୍ତି ଶ୍ରୀକୃଷ୍ଣଙ୍କ ମୂର୍ତ୍ତି, ଭାବବିହ୍ବଳ ପରିବାର

By

Published : Aug 17, 2023, 9:05 PM IST

thumbnail

ଭବାନୀପାଟଣା: ଆସ୍ଥା ଓ ବିଶ୍ଵାସ ଉପରେ ଆଜି ଦୁନିଆ ଚାଲିଥିବା ବେଳେ ଅନେକ ସମୟରେ କିଛି ଘଟଣା ଆହୁରି ମନର ବିଶ୍ବାସକୁ ଦୃଢ଼ୀଭୂତ କରିଥାଏ । ବିଜ୍ଞାନ ଓ ଡିଜିଟାଲ ଯୁଗରେ ବେଳେ ବେଳେ କିଛି ଘଟଣା ଯାହା ଲୋକଙ୍କ ମନରେ ଅନେକ ଆସ୍ଥା ଅତୁଟ ଭାବେ ବାନ୍ଧିବା ସହ ବିଶ୍ବାସ ଦୁଇଗୁଣା କରିଥାଏ । ଏଇ ଯେମିତି ପରଟାରେ ଜଗନ୍ନାଥ ତ ପୁଣି କେତେବେଳେ ଠାକୁର କ୍ଷୀର ପିଇବା ଘଟଣା ସମସ୍ତଙ୍କୁ ଚକିତ କରିଥାଏ । ଠିକ ସେମିତି କଳାହାଣ୍ଡି ଜିଲ୍ଲାରେ ଶ୍ରୀକୃଷ୍ଣଙ୍କ ପିତ୍ତଳ ମୂର୍ତ୍ତି କ୍ଷୀର ପିଉଥିବାର ଘଟଣା ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।  

ଏହା ବି ପଢନ୍ତୁ-ଅଲୌକିକ ! ନିମ୍ବ ଗଛରୁ ବାହାରୁଛି କ୍ଷୀର, ଲୋକେ କରୁଛନ୍ତି ପୂଜାର୍ଚ୍ଚନା

ଜିଲ୍ଲାର ଭବାନୀପାଟଣା ସହର ନିକଟରେ ଥିବା ଡଙ୍ଗରିପଦର ଗାଁର କବିତା ସାହୁଙ୍କ ଘରେ ଥିବା ଆଣ୍ଠୁଆ ଗୋପାଳଙ୍କ ମୂର୍ତ୍ତି କ୍ଷୀର ପିଉଥିବା ଦେଖିବାକୁ ମିଳିଛି । କବିତାଙ୍କ କହିବା ଅନୁଯାୟୀ ତାଙ୍କର ଜଣେ ସମ୍ପର୍କୀୟଙ୍କ ଗାଁରେ ଥିବା ମନ୍ଦିରରେ ଠାକୁର କ୍ଷୀର ପିଉଥିବା ଖବର ପାଇ ସେ ମଧ୍ୟ ଦୌଡ଼ି ଯାଇଥିଲେ ନିଜ ଠାକୁର ଘରକୁ  । ଆଉ ନିଜ ଠାକୁରଙ୍କୁ କ୍ଷୀର ନେଇ ପିଆଇବାକୁ ଲାଗିଲେ । ଆଉ ଠିକ ସେତିକି ବେଳକୁ ଠାକୁର ତାଙ୍କ ହାତରୁ କ୍ଷୀର ପିଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଭାବବିହ୍ବଳ ହୋଇ ପଡ଼ିଥିଲେ କବିତାଙ୍କ ପରିବାର । ପରେ ପରିବାରର ସମସ୍ତ ସଦସ୍ୟା ଶ୍ରୀକୃଷ୍ଣଙ୍କୁ କ୍ଷୀର ପିଆଇବାକୁ ଲାଗିଥିଲେ ଆଉ ସମସ୍ତଙ୍କ ହାତରୁ କ୍ଷୀର ପିଇଥିଲେ ଠାକୁର । ଯାହା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଭଗବାନ ଏଭଳି ଅଦ୍ଭୁତ ଲୀଳାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ନିଆରା ବିଶ୍ବାସ ସୃଷ୍ଟି କରିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.