thumbnail

By ETV Bharat Odisha Team

Published : Oct 28, 2023, 7:04 AM IST

ETV Bharat / Videos

Lunar eclipse: ଆଜି ଚନ୍ଦ୍ର ଗ୍ରହଣ, ମା' ଶାରଳାଙ୍କ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ଜଗତସିଂହପୁର: ଆଜି କୁମାର ପୂର୍ଣ୍ଣିମା। ଚନ୍ଦ୍ର ଗ୍ରହଣ ଯୋଗୁଁ ଭୋର 5 ଟା ସମୟରେ ଇଷ୍ଟଦେବୀ ମା, ଶାରଳା ଠାକୁରାଣୀଙ୍କ ପହୁଡ଼ ଖୋଲାଯାଇ ମଙ୍ଗଳ ଆଳତୀ କରାଯାଇଛି । ଏହାପରେ 6ଟା 30 ମିନିଟରେ ମାର୍ଜ୍ଜନା ଶେଷ ହୋଇଛି । ପରେ ପରେ ପରେ ସୂର୍ଯ୍ୟ ପୂଜା ଗୋପାଳ ବଲଭ ଭୋଗ ମା'ଙ୍କ ନିକଟରେ ଲାଗି ହେବ । ସେହିପରି 7ଟା 30 ମିନିଟରେ ପାଞ୍ଜି ପାଠ,8ଟା ରେ ନୀତିଆନୀ ଚଣ୍ଡୀପାଠ, ଦିନ 10ଟାରେ ସକାଳ ଧୂପ, 10.30 ସମୟରେ ଚନ୍ଦନ ଲାଗି, ପୂର୍ବାହ୍ନ 11ଟା ସମୟରେ ଦୁଇ ପ୍ରହର ଧୂପ, ପରେ ପହୁଡ଼ ହେବ । ପୁଣି ଦିନ 12 ଟା ସମୟରେ ପହୁଡ଼ ଖୋଲାଯାଇ ମା'ଙ୍କୁ ମାର୍ଜ୍ଜନା କରାଯିବା ପରେ ମଧ୍ୟାହ୍ନ 1ଟା ସୁଦ୍ଧା ଗଜଲଷ୍ମୀ ବେଶ ଅନୁଷ୍ଠିତ ହେବ। ପରେ ପରେ ମରିଚି ଲଡୁ ପୂଜା, ପୁରାଣ ପାଠ, 1ଟା 30ରେ ଚାନ୍ଦ ପୂଜା, ୨ଘଟିକା ସମୟରେ ରାତ୍ର ପ୍ରହର ଧୂପ, ରାତ୍ର ବଡ଼ ସିଂହାର ବେଶ, ରାତ୍ର ଶେଷ ଭୋଗ ଲାଗି ହେବ । ଅପରା 3ଟା ପର୍ଯ୍ୟନ୍ତ ପହୁଡ଼ ଖୋଲା ରହିବ । 3 ଟା ରୁ3 ଟା ମଧ୍ୟରେ ଆଳତୀ କରାଯିବ। ଗ୍ରହଣ ଛାଡିବା ପରେ ରାତ୍ରି 2ଟା 15 ମିନିଟରେ ଗ୍ରହଣ ଭୋଗ, ରାତି 2ଟା 30 ମିନିଟ ସମୟରେ ମହାସ୍ନାନ, 2ଟା 50 ମିନିଟ ସମୟରେ ଭୋଗ ଓ ରାତି 3ଟା ସମୟରେ ପହୁଡ଼ ଅନୁଷ୍ଠିତ ହେବ । ଆଜି ଚନ୍ଦ୍ରଗ୍ରହଣ ଥିବାରୁ ମା' ଶାରଳା ମନ୍ଦିର ଛତିଶ ନିଯୋଗ ପକ୍ଷରୁ ଗତକାଲି ଏକ ବୈଠକରେ ନୀତି ନିର୍ଘଣ୍ଟ କରାଯାଇଥିଲା।  

ଏହା ମଧ୍ୟ ପଢନ୍ତୁ-କୁମାର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ର ଗ୍ରହଣ, ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ହେଵ ସ୍ଵତନ୍ତ୍ର ନୀତିକାନ୍ତି

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.