ଟଙ୍କା ବଦଳରେ ATM ମେସିନରୁ ବାହାରିଲେ ସାପ ଛୁଆ, ଭୟରେ ଧାଇଁଲେ ଲୋକ - ATM ମେସିନରେ ସାପ

🎬 Watch Now: Feature Video

thumbnail

By

Published : May 24, 2023, 9:05 PM IST

ଡେରାଡୁନ: ଟଙ୍କା ଉଠାଣ ପାଇଁ ଏଟିଏମ କାଉଣ୍ଟରରେ ଛିଡା ହୋଇଥିଲା ଲୋକେ । ଜଣେ ବ୍ୟକ୍ତି ଟଙ୍କା ଉଠାଉଥିଲେ ମଧ୍ୟ । ହେଲେ ହଠାତ ମେସିନରୁ ବାହାରିଲେ ସାପ ଛୁଆ । ଗୋଟିଏ କି ଦୁଇଟି ନୁହେଁ ଅନେକ ଗୁଡିଏ ସାପଛୁଆଙ୍କୁ ଦେଖି ଲୋକେ ଭୟରେ କାଉଣ୍ଟର ଛାଡି ଧାଇଁବାକୁ ଲାଗିଲେ । ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଏସମ୍ପର୍କରେ ଜାଣିବା ପରେ ସ୍ନେକ ହେଲ୍ପଲାଇନକୁ ସୂଚନା ଦେଇଥିଲେ । ସାପ ଉଦ୍ଧାରକାରୀ ଟିମର ସଦସ୍ୟ ପହଞ୍ଚି ଏକାଧିକ ସାପ ଛୁଆଙ୍କୁ ଉଦ୍ଧାର କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଉତ୍ତରାଖଣ୍ଡ ନୈନିତାଲର ରାମ ନଗରରେ ଦେଖିବାକୁ ମିଳିଛି । 

ସହରରେ ଥିବା ଏକ ଷ୍ଟେଟବ୍ୟାଙ୍କ ଏଟିଏମ କାଉଣ୍ଟରରେ ଏପରି ଘଟଣା ସାମ୍ନାକୁ ଆସିଛି । ଏଟିଏମଟିଟି ପରିତ୍ୟକ୍ତ ନୁହେଁ ବରଂ କାର୍ଯ୍ୟକ୍ଷମ ଥିବା ବେଳେ ସାପ କିପରି ଅଣ୍ଡା ଦେବାରେ ସକ୍ଷମ ହେଲା ସେ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ଏକାଧିକ ସାପଛୁଆ ଉଦ୍ଧାର ହୋଇଥିଲେ ସୁଦ୍ଧା କେହି ସର୍ପାଘାତର ଶିକାର ନହେବା ସମସ୍ତଙ୍କୁ ଆଶ୍ବସ୍ତ କରିଛି । ଏବେ ଉକ୍ତ ଏଟିଏମକୁ ବ୍ୟବହାରରୁ ବାଦ ଦିଆଯାଇଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.