+2 Science Result: ବସ୍ତିର ଝିଅ ଭୁବନେଶ୍ବର ଟପ୍ପର - ଭୁବନେଶ୍ବର ଟପ୍ପର
🎬 Watch Now: Feature Video
ଭୁବନେଶ୍ବର: ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଭୁବନେଶ୍ଵର ଟପ୍ପର ହୋଇଛନ୍ତି ବସ୍ତିର ଝିଅ ବର୍ଷା ରାଣୀ ସ୍ବାଇଁ । ପଙ୍ଖା ମରାମତି କରିଆସୁଥିବା ବାପା ସନ୍ତୋଷ କୁମାର ସ୍ବାଇଁଙ୍କ ଝିଅ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ୬୦୦ ନମ୍ବରରୁ ୫୬୪ ନମ୍ବର ରଖି ଭୁବନେଶ୍ଵର ଟପ୍ପର ହୋଇଛନ୍ତି । ଯାହା ପରିବାର ବର୍ଗଙ୍କ ପାଇଁ ସୁନାମ ଆଣିଛନ୍ତି । ସେପଟେ ବର୍ଷା କହିଛନ୍ତି ହାର୍ଡ ୱାର୍କ ସହିତ ସ୍ମାର୍ଟ ୱାର୍କ ସଫଳତା ଆଣିଦେଇଛି ।
ଘର ଗଞ୍ଜାମ ଜିଲ୍ଲାରେ କିନ୍ତୁ ଦୀର୍ଘ ୨୨ ବର୍ଷ ଧରି ଭୁବନେଶ୍ବର ବେହେରା ସାହି ବସ୍ତିରେ ରହୁଛନ୍ତି । ଘରେ ବାପା ସନ୍ତୋଷ କୁମାର ସ୍ବାଇଁ ଇଲେକ୍ଟ୍ରି ରିପାରିଂ କାମ କରି ଘର ଚଳାନ୍ତି । ଏପଟେ ବାପା ହେଉଛନ୍ତି ଜଣେ ଭିନ୍ନକ୍ଷମ । ତଥାପି ନିଜେ ସ୍ବାଭିମାନର ସହ କାମ କରି ଘର ଚଳାନ୍ତି । ମାଆ ପ୍ରଭାସିନୀ ସ୍ବାଇଁ ଘରେ ପିଲାମାନଙ୍କ କଥା ବୁଝନ୍ତି । ଘର କହିଲେ ଆଜବେଷ୍ଟ କୁଡ଼ିଆ । ସାନ ଭାଇ ମଧ୍ୟ ରହିଛି । ବର୍ଷା ବିଜେବି ହାଇୟର ସେକେଣ୍ଡାରୀ ସ୍କୁଲରେ ପାଠ ପଢୁଥିଲେ। ପୂର୍ବରୁ ଜୟଦେବ ଶିଶୁ ମନ୍ଦିରରୁ ମାଟ୍ରିକ ପାସ କରିଥିଲେ। କଠିନ ପରିଶ୍ରମ ଆଜି ଝିଅକୁ ସଫଳତା ଦେଇଛି ବୋଲି କହିଛନ୍ତି ପିତାମାତା ।
ଏନେଇ ବର୍ଷା ରାଣୀ କହିଛନ୍ତି, ଏତେ ମାର୍କ ରହିବ ବୋଲି କେବେ ବିଶ୍ବାସ କରିହୁନାହିଁ କିନ୍ତୁ ଖୁସି ଲାଗୁଛି। ନିଜକୁ ବହୁତ ଫୋକସ ରହିବାକୁ ପଡୁଥିଲା । ପ୍ରଥମ ଦିନଠାରୁ ପ୍ରସ୍ତୁତ ଆରମ୍ଭ କରିଥିଲି । ସବୁବେଳେ ୧୦ରୁ ୧୨ ଘଣ୍ଟା ପାଠପଢା କରୁଥିଲି । ଯେତେ କମ ସମୟ ଅପବ୍ୟବହାର ହୋଇପାରିବ ସେନେଇ ଅଧିକ ଧ୍ୟାନ ଦିଏ । ଦଶମ ଶ୍ରେଣୀରେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ମଧ୍ୟ ପରୀକ୍ଷା ହୋଇନଥିଲା । କିନ୍ତୁ ଏପଟେ ଗୋଟିଏ ଇଚ୍ଛା ଥିଲା ଯେ ପରୀକ୍ଷା ଦେଇ ଯୁକ୍ତ ଦୁଇ ପାଠ ପଢିବି । ଯୁକ୍ତ ଦୁଇରେ କିଭଳି ଭାବରେ ଭଲ ରେଜଲ୍ଟ କରିପାରିବି ସେନେଇ ପ୍ରସ୍ତୁତି କରିଥିଲି। ପାଠ ପଢିବା ପାଇଁ ପରିବାର ସବୁକିଛି ଦେଇଛନ୍ତି ।
ଏହା ବି ପଢନ୍ତୁ- ସମୂହ ଛୁଟିରେ ଗଲେ ଖୋର୍ଦ୍ଧାର ୧୪୦୦ ଅମଲା, ସରକାରୀ କାର୍ଯ୍ୟ ଠପ୍
ପାଠପଢା ସହ ବହିଖାତାକୁ ଟ୍ୟୁସନ ଆଦିରେ ଯାହା ବି ଖର୍ଚ୍ଚ ହୋଇଥାଏ ସେସବୁ ପରିବାର ଲୋକ ବହୁତ ସପୋର୍ଟ କରିଥାନ୍ତି । ଏହା ସହ ପାଠପଢାକୁ ନେଇ କଲେଜର ଶିକ୍ଷକମାନେ ଓ ଟ୍ୟୁସନରେ ଶିକ୍ଷକମାନେ ମଧ୍ୟ ସାହାଯ୍ୟ କରିଥିଲେ। ପରୀକ୍ଷାରେ ଯାହା ଲେଖିଛି ସେୟା ହିଁ ଆସିଛି କିନ୍ତୁ କିଛି ବିଷୟରେ ଟିକେ ଟିକେ ଖରାପ ହୋଇଥିଲା । ମାର୍କକୁ ନେଇ ବହୁତ ଖୁସି ରହିଛି । ଭୁଲ ହେଲା ପରେ କେଉଁ ଚାପରେ ରହୁଛେ ସେସବୁ କରିବା ଆବଶ୍ୟକ ନୁହେଁ ବୋଲି କହିଛନ୍ତି ବର୍ଷା । ଆଗକୁ ଜଣେ ଭଲ ଡାକ୍ତର ହେବାକୁ ସେ ଇଚ୍ଛା ରଖିଥିବା କହିଛନ୍ତି ।
ଆଗାମୀ ପିଢିକୁ ଉପଦେଶ ଦେଇ ସେ କହିଛନ୍ତି ଯେ ଯେଉଁ ଜିନିଷରେ ଭଲ କରିବାର ଇଚ୍ଛା ରଖିଛନ୍ତି ସେ ସବୁରେ ଭଲ କରନ୍ତୁ। ମୋବାଇଲରେ ଆନିମେଟଡ ଭିଡିଓ ସାହାଯ୍ୟରେ ମଧ୍ୟ ପାଠ ପଢିପାରିବେ । ପାଠ ପଢିବା ସମୟରେ କୌଣସି ଚାପ ରଖି ପାଠ ପଢିବେ ନାହିଁ। ତାହା କେବେହେଲେ ଫଳ ଦେଇପାରିବ ନାହିଁ । ଖୁସି ମନରେ ପାଠ ପଢିବା ପାଇଁ ସବୁବେଳେ ଚେଷ୍ଟା କରିବା ବୋଲି କହିଛନ୍ତି ବର୍ଷା ।
ଇଟିଭି ଭାରତ, ଭୁବନେଶ୍ବର