ବାଲିଯାତ୍ରାରେ ସମ୍ବଲପୁରୀ ତଡକା ଲଗାଇଲେ ମଣ୍ଟୁ ଛୁରିଆ, ଝୁମିଲେ ଦର୍ଶକ
🎬 Watch Now: Feature Video
କଟକ: ଜାରି ରହିଛି ବାଲିଯାତ୍ରା । ନବମ ସନ୍ଧ୍ୟାରେ କମ୍ପିଲା ବୈଷ୍ଣବ ପାଣି ମଞ୍ଚ । ସମ୍ବଲପୁରୀ ସିଙ୍ଗର ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ । ମଞ୍ଚ ଉପରେ ଓ ତଳେ ସବୁ ଆଡେ ମତୁଆଲା ହୋଇଥିଲେ ଫ୍ୟାନ୍ସ ଓ ଦର୍ଶକ । ବିଶେଷକରି ନାଗିନ ଡ୍ୟାନ୍ସ, ଭଲ ପାଏମି, ରସିଆ ଟୋକା, ରାନୀ ଗୋରୀ , ସମ୍ବଲପୁରୀଆ ବାବୁ, ରିମଝିମ ପାନୀ, ଦେଶୀ ପିଲା, ସେଲଫି ବେବୋ ଗୀତର ତାଳେତାଳେ ଝୁମିଥିଲେ ଦର୍ଶକ । ଗୋଟିଏ ପଟେ ଭିଡ଼ ବଢିବା ସାଙ୍ଗକୁ ଅନ୍ୟପଟେ ମଣ୍ଟୁ ଛୁରିଆଙ୍କ ନିଆରା ଅନ୍ଦାଜର ଗୀତ ସମସ୍ତଙ୍କ ମନକୁ ମତୁଆଲା କରିଥିଲା । ବାଲିଯାତ୍ରାରେ ଗାଇବାର ସ୍ୱପ୍ନ ଆଜି ସାକାର ହୋଇଛି ବୋଲି କହିଥିଲେ ମଣ୍ଟୁ ।
Last Updated : Feb 3, 2023, 8:32 PM IST