thumbnail

By ETV Bharat Odisha Team

Published : Nov 12, 2023, 3:49 PM IST

ETV Bharat / Videos

ବାଣ ବିକ୍ରିକୁ ନେଇ ଚିନ୍ତାରେ ବ୍ୟବସାୟୀ, କଟକଣାକୁ ଲୋକଙ୍କ ସ୍ୱାଗତ

ଅନୁଗୋଳ: ଆଜି ଆଲୋକର ପର୍ବ ଦୀପାବଳି । ଏହାକୁ ନେଇ ଅନୁଗୋଳ ସହରର ବାଣ ଦୋକାନ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ସହରର ହାଇସ୍କୁଲ ପଡ଼ିଆରେ ପ୍ରଶାସନ ତରଫରୁ ୧୪୨ଟି ଷ୍ଟଲ କରାଯାଇଛି । ବାଣ ବିକ୍ରି ପାଇଁ ଅନୁମତି ପାଇଥିବା ଦୋକାନୀଙ୍କୁ ସେଠାରେ ମାତ୍ର ଦୁଇ ଦିନ ବାଣ ବିକ୍ରି କରିବାକୁ ଅନୁମତି ଦିଆଯାଇଛି । ଚଳିତ ବର୍ଷ କଟକଣା ଯୋଗୁଁ କେବଳ ଗ୍ରୀନ କ୍ରାକର ବିକ୍ରି ହେଉଛି । ଅନ୍ୟ ଶବ୍ଦ ଓ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ବିକ୍ରି ଉପରେ କଟକଣା ଲଗାଯାଇଛି । ପୋଲିସ ପକ୍ଷରୁ ତୁହାକୁ ତୁହା ଷ୍ଟଲ ଗୁଡିକୁ ଯାଞ୍ଚ କରା ଯାଉଛି । ତେବେ ଗତକାଲି ରାତିରେ ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଛି । ତଥାପି ବାଣ କିଣିବାକୁ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଲୋକେ ଅନେକ ରଙ୍ଗ ବେରଙ୍ଗ ବାଣ କିଣି ନେଉଛନ୍ତି । ଚଳିତ ବର୍ଷ ବାଣ ଚଢା ଦରରେ ବିକ୍ରି ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ସେପଟେ ଲୋକେ କେଉଁ ବାଣ ଫୁଟାଇବେ ତାକୁ ନେଇ ଦ୍ଵନ୍ଦରେ ଅଛନ୍ତି । କଟକଣା ପରେ ବାଣ ବ୍ୟବସାୟୀ ମଧ୍ୟ ଚିନ୍ତାରେ ପଡି ଯାଇଛନ୍ତି । କେଉଁ ବାଣ ବିକିବେ ତାହା କେତେକଙ୍କୁ ଜଣା ନଥିବା ବେଳେ ଆଉ କେତେକଙ୍କ ବାଣକୁ ସିଜ କରିଛି ପୋଲିସ । ସେପଟେ ଲୋକେ କିନ୍ତୁ ଏଭଳି କଟକଣାକୁ ସ୍ୱାଗତ କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ.....Diwali 2023: ଦୀପାବଳି ପାଇଁ ବାଣ ବଜାରରେ ଜମୁଛି ଭିଡ଼

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.