Asian Games: ଭାରତର ପଦକ ସଂଖ୍ୟା ଶତକ ପାର, ବାଲୁକାକଳାରେ ସୁଦର୍ଶନଙ୍କ ଶୁଭେଚ୍ଛା - ଏସିଆନ୍ ଗେମ୍ସ 2023
🎬 Watch Now: Feature Video
Published : Oct 7, 2023, 8:55 PM IST
ପୁରୀ: ଏସିଆନ୍ ଗେମ୍ସରେ ଭାରତ ଐତିହାସିକ ସଫଳତା ପାଇଛି । ଚଳିତ 2023 ଏସିଆନ ଗେମ୍ସରେ ଭାରତର ପଦକ ସଂଖ୍ୟା 100 ଟପିଛି । ଯାହାକୁ ନେଇ ସାରା ଦେଶବାସୀ ଗର୍ବ ଅନୁଭବ କରୁଥିବା ବେଳେ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ର କଳା କରି ପ୍ରତ୍ୟେକ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ବେଳାଭୂମିର ନିଳାଦ୍ରୀ ବିଚ୍ରେ ସେ ଏହି ସୁନ୍ଦର ବାଲୁକା ଚିତ୍ରକଳା କରି ଏସିଆନ୍ ଗେମ୍ସରେ ଭାଗ ନେଇଥିବା ଟିମ୍ ଭାରତର ପ୍ରତ୍ୟେକ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଆଜି ଭାରତୀୟ କ୍ରିକେଟ ଟିମକୁ ସ୍ବର୍ଣ୍ଣ ମିଳିଥିବା ବେଳେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନରେ ଭାରତକୁ ସ୍ବର୍ଣ୍ଣ ପଦ ମିଳିଛି । ଏହାସହ କବାଡ଼ିରେ ଭାରତକୁ ଉଭୟ ପୁରୁଷ ଓ ମହିଳାକୁ ସ୍ବର୍ଣ୍ଣ ମିଳିଛି ।
ଏହା ବି ପଢନ୍ତୁ- Asian Games 2023: ଏସିଆ ଗେମ୍ସରେ ଭାରତର ପଦକ ସଂଖ୍ୟା 100 ଛୁଇଁଲା, ମହିଳା କବାଡିରେ ସ୍ବର୍ଣ୍ଣ
ଇଟିଭି ଭାରତ, ପୁରୀ