ସ୍ୟାଣ୍ଡ ଆନିମେସନରେ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’: ଦେଖନ୍ତୁ ଶିଳ୍ପୀ ମାନସଙ୍କ କଳାକୃତି - sand animation

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 16, 2024, 10:21 PM IST

Shrimandir Parikrama project in sand animation: ପୁରୀ: ଆସନ୍ତାକାଲି ଲୋକାର୍ପିତ ହେବାକୁ ଥିବା ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’କୁ ନେଇ ସବୁଠି ଉତ୍ସାହ । ଏହି ଅବସରରେ ଅନ୍ତର୍ଜାତୀୟ ସ୍ୟାଣ୍ଡ ଆନିମେସନ ଶିଳ୍ପୀ ମାନସ କୁମାର ସାହୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପିତ ଉତ୍ସବକୁ ସ୍ୟାଣ୍ଡ ଆନିମେସନରେ ଅତି ସୁନ୍ଦର ନିଖୁଣ ଭାବରେ ପ୍ରଦର୍ଶିତ କରିଛନ୍ତି ।

ମାନସଙ୍କ ଆନିମେସନ କଳାକୃତିରେ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ବିଭିନ୍ନ ନୀତିକାନ୍ତି ଓ ବିଧି ପ୍ରଦର୍ଶିତ ହୋଇଛି । ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଗୁଆ-ଚାଉଳ ଦେଇ ରାଜଗୁରୁଙ୍କୁ ବରଣ କରୁଛନ୍ତି, ରାଜଗୁରୁ ପରିକ୍ରମା ପର୍ବକୁ ବିଧିପୂର୍ଣ ଭାବେ ସମ୍ପୂର୍ଣ ଯଜ୍ଞାନୁଷ୍ଠାନକୁ ଆଗେଇ ନେବା ପାଇଁବ୍ରାହ୍ମଣ ସମାଜଙ୍କୁ ଦାୟିତ୍ୱ ଦେଉଛନ୍ତି । ସେହିପରି ବ୍ରାହ୍ମଣମାନଙ୍କ ଦ୍ୱାରା ଅଙ୍କୁର ରୋପଣ କିପରି କରାଯାଉଛି ଏବଂ ତ୍ରିଦେବଙ୍କ ଆବାହନ କରାଯାଉଛି । ତ୍ରିଦେବ ଏବଂ ପ୍ରଭୁଙ୍କ ଦର୍ଶନର ଦୃଶ୍ୟ ଏହି ସବୁକୁ ଅତିସୁନ୍ଦର ଭାବରେ ମାନସ ସାହୁ ତାଙ୍କ ବାଲୁକା ଆନିମେସନରେ ଦେଖାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

ପୁଣି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଯଜ୍ଞର ପୂର୍ଣ୍ଣାହୁତି ଦେବା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ହାତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବାର ଦୃଶ୍ୟ ମଧ୍ୟ୍ୟ ସେ ତାଙ୍କ ଆନିମେସନ ରେ ଦେଖାଇଛନ୍ତି । ଏହି ଆନିମେସନ ଭିଡିଓଟି ୩ ମିନିଟି ୩୯ ସେକେଣ୍ଡର ହୋଇଥିବା ବେଳେ ଏହାକୁ ନିର୍ମାଣ କରିବାକୁ ମାନସଙ୍କୁ ପ୍ରାୟ ୧୫ ଘଣ୍ଟା ସମୟ ଲାଗିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.