Sand Animation: ବାଲୁକା କଳାରେ ଶିବ ପାର୍ବତୀଙ୍କ ବିବାହୋତ୍ସବ - ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା
🎬 Watch Now: Feature Video
ବ୍ରହ୍ମପୁର: ଆଜି ପବିତ୍ର ଶିବ ବିବାହ । ପ୍ରତିବର୍ଷ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମହାଦେବଙ୍କ ସହିତ ମାତା ପାର୍ବତୀଙ୍କର ଶୁଭ ବିବାହୋତ୍ସବକୁ ନେଇ ସମସ୍ତ ଶୈବପୀଠ ହୋଇଉଠିଥାଏ ଚଳଚଞ୍ଚଳ । ଆଉ ଏହି ଅବସରରେ ସ୍ୟାଣ୍ଡ୍ ଆନିମେସନ୍ ମାଧ୍ୟମରେ ଭଗବାନ ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ପ୍ରଦର୍ଶନ କରିଛନ୍ତି ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ।
ମୁଖ୍ୟତଃ ଆମ ରାଜ୍ୟରେ ସମ୍ବଲପୁରରେ ଶିତଳଷଷ୍ଠୀ ଯାତ୍ରା ଅବସରରେ ପାରମ୍ପାରିକ ରୀତିନୀତିରେ ଆୟୋଜିତ ହୋଇଥାଏ ଅନେକ ଚିତାକର୍ଷକ କାର୍ଯ୍ୟକ୍ରମ । ହେଲେ ସମ୍ବଲପୁରକୁ ଛାଡିଦେଲେ ରାଜ୍ୟର ବହୁ ଶୈବପୀଠରେ ହରପାର୍ବତୀଙ୍କ ବିବାହୋତ୍ସବ ମହାସମାରୋହରେ ପାଳିତ ହୋଇଥାଏ । ପ୍ରତି ଶୈବପୀଠରେ ଏହି ଦେବଦମ୍ପତ୍ତିଙ୍କ ଶୁଭ ବିବାହ ଉତ୍ସବ ଆୟୋଜିତ ହେବା ସହିତ ବିବାହ ପୂର୍ବରୁ ବାଟବରଣ, ହାତଗଣ୍ଠି, ପ୍ରସାଦ ସେବନ, ନଗର ପରିକ୍ରମା ଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ତେବେ ଦେବଦମ୍ପତ୍ତିଙ୍କର ଏହି ପବିତ୍ର ବିବାହ ଉତ୍ସବକୁ ବାଲୁକା ଶିଳ୍ପୀ ସତ୍ୟ ନିଜର କଳାକୃତି ସ୍ୟାଣ୍ଡ ଆନିମେସନ୍ ମାଧ୍ୟମରେ ପ୍ରଦର୍ଶିତ କରିବାକୁ ଚେଷ୍ଟା କରିଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର