Sambalpuri Din: ଧୁମଧାମରେ ପାଳନ କଲେ ରାଉରକେଲାବାସୀ - ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଦିନ୍ ପାଳିତ
🎬 Watch Now: Feature Video
ରାଉରକେଲା: ଗତକାଲି ପଶ୍ଚିମ ଓଡ଼ିଶାରେ ପାଳିତ ହୋଇଯାଇଛି ସମ୍ବଲପୁରୀ ଦିନ୍ । ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରିଛନ୍ତି ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ପୋଷାକ ସହ ନାଚ ଗୀତର ଆସର ଜମିଥିଲା । ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୋଇଥିଲେ ସାରା ପଶ୍ଚିମ ଓଡ଼ିଶାବାସୀ । ତେବେ ବିଭିନ୍ନ ସଂଗଠନ ଏହାକୁ ବିଭିନ୍ନ ଜିଲ୍ଲାରେ ପାଳନ କରିଆସୁଛନ୍ତି । ସମ୍ବଲପୁରୀ ଭାଷାର ସଂସ୍କୃତିର ପ୍ରଚାର ହିଁ ଏହାର ଏକମାତ୍ର ଲକ୍ଷ୍ୟ ।
ଏହା ମଧ୍ୟ ପଢନ୍ତୁ-Sambalpuri Din: କେମିତି ଆରମ୍ଭ ହୋଇଥିଲା ସମ୍ବଲପୁରୀ ଦିନ
ସମ୍ବଲପୁରୀ ଭାଷା ଓ ବ୍ୟାକରଣର ପୁରୋଧା ଭାବେ ପରିଚିତ ସତ୍ୟନାରାୟଣ ବହିଦାର 1913 ମସିହା ଅଗଷ୍ଟ 1 ତାରିଖରେ ତତ୍କାଳୀନ ଅବିଭକ୍ତ ସମ୍ବଲପୁରର ସୋନପୁର ଠାରେ ଜନ୍ମଗ୍ରହଣ କରିଥିଲେ । ସେ ସାହିତ୍ୟିକ ଅନୁବାଦ ଓ ଜୀବନୀ ରଚନା କରିଥିଲେ । ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଲଢ଼େଇ କରି ବହିଦାର ଅଭିଧାନ ଓ ବ୍ୟାକରଣ ପ୍ରସ୍ତୁତ କରିବାରେ ସଫଳ ହୋଇଥିଲେ । ବିଶେଷକରି ଭାଷାରେ ଯାହା ତାଙ୍କୁ ଏକ ଉଲ୍ଲେଖନୀୟ ପରିଚୟ ପ୍ରଦାନ କରିଥିଲା । ତେଣୁକରି ସମ୍ବଲପୁରୀ ଭାଷା ଓ ସଂସ୍କୃତି ପ୍ରତି ତାଙ୍କର ବିପୁଳ ଅବିସ୍ମରଣୀୟ ଅବଦାନ ଯୋଗୁଁ 2013 ମସିହାରୁ ପ୍ରତିବର୍ଷ ଅଗଷ୍ଟ 1 ତାରିଖକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଉଛି ।
ଇଟିଭି ଭାରତ, ରାଉରକେଲା