Sambalpur Curfew: ଜୁରରୀ କାମ ନଥିଲେ ଘରୁ ନବାହାରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

By

Published : Apr 15, 2023, 5:18 PM IST

thumbnail

ସମ୍ବଲପୁର: ସମ୍ବଲପୁରରେ ଦେଖାଦେଇଥିବା ହିଂସା ଯୋଗୁଁ ସହରରେ ଲାଗୁ ହୋଇଛି କର୍ଫ୍ୟୁ । ମଧ୍ୟରାତ୍ରୀଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି । ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଦେଖାଦେଇଥିବା ହିଂସାକାଣ୍ଡ ଭଳି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ସହରର ୬ଟି ଥାନା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । କର୍ଫ୍ୟୁ ସମୟରେ ଘରୁ ନବାହାରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସହରରେ ଇଣ୍ଟରନେଟ ସେବା ବନ୍ଦ ରହିବ । ସେହିପରି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ସମୟ ନିର୍ଦ୍ଧାରିତ କରାଯାଇଛି । ସକାଳ ୮ଟାରୁ ୧୦ ଟା ଯାଏଁ ଏବଂ ଅପରାହ୍ନ ୩.୩୦ରୁ ୫.୩୦ ଯାଏ ଲୋକେ ନିଜର ଅତ୍ୟାଶ୍ୟକୀୟ କାର୍ଯ୍ୟ କରିପାରିବେ । ସ୍ବାସ୍ଥ୍ୟ ସମ୍ବଦ୍ଧିତ ଜରୁରୀକାଳୀନ ସେବା ପାଇଁ ୭୬୫୫୮୦୦୭୬୦ ନମ୍ବରରେ ଯୋଗାଯୋଗ କରିପାରିବେ । କର୍ଫ୍ୟୁ ଲାଗିଥିବା ଅଞ୍ଚଳରେ ଦୋକାନ, ବଜାର, ଯାତାୟତ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବନ୍ଦ ରହିବ । ଏହି ସମୟରେ ସମ୍ବଲପୁରବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ଜିଲ୍ଲାପାଳ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.