ବଡ଼ ଠାକୁରଙ୍କ ପାଖରେ ଲାଗିଲା ୧୨ ଫୁଟର ଧୂପକାଠି, ବିଶ୍ଵର ମଙ୍ଗଳ କାମନା କଲେ ସାଧୁସନ୍ଥ

By

Published : Jun 28, 2023, 2:06 PM IST

thumbnail

ପୁରୀ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପୁଣି ଲୋକାରଣ୍ୟ ପାଲଟିଛି ଶ୍ରୀକ୍ଷେତ୍ର । ଭକ୍ତଙ୍କ ଗହଣରେ ଜନ୍ମବେଦୀ ଛାଡ଼ି ପହଣ୍ଡିରେ ଆସି ରଥରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ବୀର ଶ୍ରୀ ଗଜପତି ଗୌଡ଼େଶ୍ବର ଦିବ୍ୟସିଂହ ଦେବ ଆସି ତିନି ରଥରେ ରାଜନୀତି ସମ୍ପନ୍ନ କରିବା ପୂର୍ବକ ଛେରା ପହଁରା କରିଛନ୍ତି । ଏହାପରେ ସିଂହଦ୍ବାର ଅଭିମୁଖେ ରଥ ଟାଣି ନେଉଛନ୍ତି ଭକ୍ତ । କିଏ ଶିବ, କିଏ ହନୁମାନ ବେଶ ହୋଇ ନୃତ୍ୟ ପରିବେଷଣ କରି ମହାପ୍ରଭୁଙ୍କ କରୁଣା ଲାଭ କରିଛି । ସେପଟେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ବଡ଼ ଠାକୁରଙ୍କ ପାଖରେ ବଡ଼ ଧୂପକାଠି ଜାଳିଛନ୍ତି ସାଧୁସନ୍ଥ । ଏକ ୧୨ ଫୁଟର ଧୂପକାଠି ଜାଳି ବିଶ୍ବବାସୀଙ୍କର କଲ୍ୟାଣ ମନାସିଛନ୍ତି ସାଧୁସନ୍ଥ । ଏବେ ନୁହେଁ, ପ୍ରାୟ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେମାନେ ବିଶ୍ବର କଲ୍ୟାଳ ପାଇଁ ଏପରି ବଡ଼ ଠାକୁରଙ୍କ ପାଖରେ ବଡ଼ ଧୂପକାଠି ଜାଳୁଥିବା କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.