ଶୂନ୍ୟ ମୃତ୍ୟୁ ସପ୍ତାହ, ବୌଦ୍ଧରେ ବ୍ୟାପକ ସଚେତନତା - ବୌଦ୍ଧରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳିତ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 2, 2023, 11:09 AM IST

ବୌଦ୍ଧ: ସାବଧାନ ଅମାନିଆ ଗାଡ଼ି ଚାଳକ । ଗତକାଲି ଠାରୁ ସାରା ରାଜ୍ୟରେ ପାଳନ ହେଉଛି ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ । ଏହି ଅଭିଯାନ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଛୋଟ ବଡ ସଡକ ଦୁର୍ଘଟଣାରେ ଧନଜୀବନ କ୍ଷୟକ୍ଷତି ଘଟୁଛି । ତେଣୁ ଗତକାଲି ଜିରୋ ଫର୍ଟିଲିଟି ଓ୍ବିକ ବା ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଲ୍ଲାରେ ବାଇକ ଚାଳକ ହେଲମେଟ ବାଧ୍ୟତାମୂଳକ ତଥା ଚାରି ଚକିଆ ଗାଡ଼ି ପାଇଁ ବିଭିନ୍ନ କଟକଣାକୁ ନେଇ ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ଅମାନିଆ ଗାଡ଼ି ଚାଳକଙ୍କୁ ସଚେତନ ତଥା ଫାଇନ ଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା । ତେବେ ସଡକ ସୁରକ୍ଷା ପାଇଁ ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ମହାନଦୀ ସେତୁ ଛକ ନିକଟରେ ଜିଲ୍ଲା ପରିବହନ ବିଭାଗ, ବେସରକାରୀ ବସ ମାଲିକ ସଂଘ, ବିଭିନ୍ନ କଲେଜ ଛାତ୍ରଛାତ୍ରୀମାନେ ଲୋକଙ୍କୁ ସଚେତନ କରିଥିଲେ  । ଏଥି ସହିତ ସଡକ ଦୁର୍ଘଟଣା ଏଡାଇବାକୁ ବିଭିନ୍ନ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ- କେନ୍ଦୁଝରରେ ଭୟଙ୍କର ଦୁର୍ଘଟଣା: ଟ୍ରକକୁ ପଛରୁ ପିଟିଲା ଭ୍ୟାନ, 8 ମୃତ

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.