'ମୁଁ ଶତପ୍ରତିଶତ ଫିଟ ହୋଇଯିବି, ଉତ୍ସାହିତ ଅଛି'
🎬 Watch Now: Feature Video
Published : Dec 19, 2023, 2:18 PM IST
ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଉଇକେଟ କିପର ଋଷବ ପନ୍ତ ଆଇପିଏଲ ଖେଳିବେ ନା ନାହିଁ ସେନେଇ ଏବେବି ସସପେନ୍ସ ଜାରି ରହିଛି । ଏହାପରି ମଧ୍ୟରେ ଋଷଭ ପନ୍ତ ନିଜ ଫିଟନେସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତା କିଛି ମାସ ମଧ୍ୟରେ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ । ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଖେଳିବେ ବୋଲି ଆଶା ରଖିଥିବା କହିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଏନେଇ ଏକ ଭିଡିଓ ଜାରି କରାଯାଇଛି । ଯେଉଁଥିରେ ପନ୍ତ କହିଛନ୍ତି ଯେ, ଗତ କିଛି ମାସ ତୁଳନାରେ ବର୍ତ୍ତମାନ ମୁଁ ବହୁତ ଭଲ ଅନୁଭବ କରୁଛି, ତଥାପି ମୁଁ ଶତପ୍ରତିଶତ ଫିଟ ହେବା ଲକ୍ଷ୍ୟ ରଖିଛି। ଆଗାମୀ କିଛି ମାସ ମଧ୍ୟରେ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବି ବୋଲି ମୋର ଆଶା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଡ଼କ ଦୁର୍ଘଟଣାରେ ଆହତ ହେବା ପରେ ମୋ ପ୍ରତି ପ୍ରଶଂସକ ମାନଙ୍କ ପଭଲ ପାଇବା ମୁଁ ଦେଖିପାରିଥିଲି । ଯାହା ମୁଁ ପ୍ରଥମ ଥର ଅନୁଭବ କଲି । ଏହା ମୋ ପାଇଁ ଏକ ସ୍ବତନ୍ତ୍ର ଅନୁଭବ । କାରଣ ଯେତେବେଳେ ଆମେ କ୍ରିକେଟ୍ ଖେଳୁ, ସେତେବେଳେ ଲାଗେ ଯେ ଆମକୁ କେହି ଭଲ ପାଆନ୍ତି ନାହିଁ କାରଣ ଆମେ ଚାପରେ ଥାଉ । କିନ୍ତୁ ଏହା ବାସ୍ତବରେ ମୋ କଷ୍ଟ ସମୟରେ ଜାଣିଲି ଯେ ଲୋକମାନେ ଆମକୁ ଭଲ ପାଆନ୍ତି ଓ ସମ୍ମାନ କରନ୍ତି । ମୋ ଦୁର୍ଘଟଣା ଖବର ଫ୍ୟାନ୍ସଙ୍କୁ ଆଘାତ କରିଥିଲା । ସେମାନେ ବି ମୋତେ ନେଇ ଚିନ୍ତିତ ଥିଲେ ।
ଏହା ମଧ୍ୟ ପଢନ୍ତୁ-ଆଜି ଆଇପିଏଲ୍ ୨୦୨୪ ମିନି ଅକ୍ସନ: ଏହି ଭାରତୀୟ କ୍ରିକେଟର୍ସଙ୍କ ଉପରେ ରହିବ ସବୁ ଦଳର ନଜର