ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ରେମୁଣା ବିଧାୟକ

By ETV Bharat Odisha Team

Published : Sep 21, 2023, 3:04 PM IST

thumbnail

ବାଲେଶ୍ବର: ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା । ସେ କୌଣସି ସ୍କାମରେ ନଥିଲେ କି ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯେହେତୁ ଏ ନିଷ୍ପତ୍ତି ନେଇଛନ୍ତି, ତା' ଉପରେ ସେ କିଛି କହିବାକୁ ଚାହାନ୍ତିନି ବୋଲି କହିଛନ୍ତି ସୁଧାଂଶୁ । ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କ ନାଁରେ କୃଷି ଯନ୍ତ୍ରପାତି ବିକ୍ରି ବେଳେ ମିଳୁଥିବା ସବସିଡି ଟଙ୍କା ହଡ଼ପ ନେଇ ଅଭିଯୋଗ ହୋଇଥିଲା ।  

ନିଗମାନନ୍ଦ ଆସୋସିଏଟ ନାମରେ କୃଷି ଯନ୍ତ୍ରପାତି ବିକ୍ରି ପରେ ମିଳୁଥିବା ସବସିଡି ଟଙ୍କା ହଡ଼ପ ନେଇ ବିଭିନ୍ନ ମହଲରେ ଅଭିଯୋଗ ପରେ ଆଜି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବସିଡି ଟଙ୍କା ୩ କୋଟିରୁ ଊର୍ଦ୍ଧ୍ଵ ହୋଇଥିବା ବେଳେ ଏଥିପାଇଁ ସୁଧାଂଶୁଙ୍କୁ ବହିଷ୍କାର କରାଯାଇଛି ।  

ଏହା ବି ପଢନ୍ତୁ-  ବିଜେଡିରୁ ସୌମ୍ୟ-ସୁଧାଂଶୁ ବହିଷ୍କୃତ

ଏହି ମାମଲା ଲୋକାଯୁକ୍ତଙ୍କଠାରେ ବିଚାରଧୀନ ଥିବା ବେଳେ ଭିଜିଲାନ୍ସ ମଧ୍ୟ ତଦନ୍ତ କରି ରିପୋର୍ଟ ପ୍ରଦାନ କରିସାରିଛି  । ମାତ୍ର ରାଜ୍ୟ ସରକାର ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକ ପରିଡାଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଥିଲା ବିଜେପି । ଗରିବ ଚାଷୀଙ୍କର କୋଟି କୋଟି ଟଙ୍କାର ସବସିଡ଼ି ହଡ଼ପ କରିଥିବା ରେମୁଣାର ବିଜେଡ଼ି ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ସୁରକ୍ଷା ଦେଇ ରାଜ୍ୟ ସରକାର ହଜାର ହଜାର ଚାଷୀମାନଙ୍କ ସବସିଡି ଟଙ୍କା ହଡ଼ପ ଉପରେ ଦୃଷ୍ଟି ଦେଉ ନଥିବା ବିଜେପି କହିଥିଲା ।  

ଏତେ ବଡ଼ ଧରଣର ଆର୍ଥିକ ଦୁର୍ନୀତି ବିନା ବିଭାଗୀୟ ଅଧିକାରୀ ଓ କୃଷିମନ୍ତ୍ରୀଙ୍କ ସହାୟତା ବିନା ସମ୍ଭବ ନୁହେଁ ଏବଂ ଏଥିରେ ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ସାମିଲ ଥିବା କଥା ବିଜେପି କହିଥିଲା ।  ବିଧାୟକଙ୍କୁ ବହିଷ୍କାର ତଥା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଦେଇଥିଲେ। ବିଳମ୍ବରେ ହେଲେ ମଧ୍ୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଗିରଫ ଦାବି କରି ରେମୁଣା ବିଜେପି ରେମୁଣା ବନ୍ଦ କରିଥିଲା ।  

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.