କଟକରେ ଚାଲିଛି ମେଲାଣି ଶୋଭାଯାତ୍ରା, ସୁରକ୍ଷା ପାଇଁ କମିଶନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା - security arrangement in cuttack

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 25, 2023, 7:38 PM IST

କଟକ: ଚାଲିଛି ଭସାଣୀ ଶୋଭାଯାତ୍ରା। ମା' ଙ୍କ ଶୋଭାଯାତ୍ରା ପାଇଁ ଉତ୍ସବ ମୁଖର ରହିଛି କଟକ ସହର। ପାରମ୍ପରିକ ବାଦ୍ୟ, ଘଣ୍ଟ ଘଣ୍ଟାରେ କମ୍ପୁଛି ସମଗ୍ର ସହର। ଏହାସହ ପାଗ ବି ଅନୁକୂଳ ରହିଛି। ତେବେ ସମୟ ଯେତେ ଗଡ଼ି ଗଡ଼ି ଆସୁଛି, ଭିଡ଼ ମଧ୍ୟ ସେତିକି ବଢୁଛି। ତେବେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 

ଏହା ବି ପଢନ୍ତୁ...ମେଲାଣି ଉତ୍ସବରେ ସାମିଲ ହେଲେ ସିନେ ତାରକା

ଏହାସହ ପକେଟମାରଙ୍କୁ ଚେକ ଦେବାକୁ ସାଦା ପୋଷାକରେ ପୋଲିସ ମୁତୟନ କରାଯାଇଛି। ପୂର୍ବରୁ ଦୁର୍ଗାପୂଜା ପାଇଁ ବୈଠକ ଜରିଆରେ ଭିଡ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣରୁ ଆରମ୍ଭ କରି ଭକ୍ତଙ୍କ ସୁରକ୍ଷା ତଥା ପୂଜାକୁ ବ୍ୟବସ୍ଥିତ ଢଙ୍ଗରେ କରିବାକୁ ଆଲୋଚନା ହୋଇଥିଲା । ତେଣୁ ଭକ୍ତଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ଜୋରଦାର ପ୍ରୟାସ ଜାରି ରଖିଛି । ଏନେଇ ଡିସିପି ନିଜେ ଉପସ୍ଥିତ ରହି ତଦାରଖ କରୁଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.