Ratha Yatra 2023: ଧୁମଧାମରେ ରଥଯାତ୍ରା ପାଳିତ

By

Published : Jun 20, 2023, 10:15 PM IST

thumbnail

ଯାଜପୁର: ଆଜି ହେଉଛି ପବିତ୍ର ରଥଯାତ୍ରା । ପୁରୀ ପରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଚଳିତ ବର୍ଷ ଅତି ଧୁମଧାମର ସହିତ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଛତିଆ, ଗଡ଼ ମଧୁପୁର, ଯାଜପୁର,  ବିଞ୍ଝାରପୁର, ଧର୍ମଶାଳା, ଦଶରଥପୁର, ରସୁଲପୁର, ଦାନଗଦି ବ୍ଲକ ସମେତ ବ୍ୟାସନଗର ଓ ଯାଜପୁର ଟାଉନ ପୌରପାଳିକାରେ ଧୁମଧାମର ସହିତ ରଥଯାତ୍ରା ଅନୁଷ୍ଠିତ ହୋଇଛି ।  

ଆଜି ଏହି ଅବସରରେ ବ୍ୟାସନଗର ବ୍ୟାସ ସରୋବର ସ୍ଥିତ ଜଗନ୍ନାଥ ମନ୍ଦିରରେ ଧୁମଧାମର ସହିତ ରଥଯାତ୍ରା ଅନୁଷ୍ଠିତ ହେଇଯାଇଛି ।  ଆଜି ପ୍ରଥମେ ଜଗନ୍ନାଥ ମନ୍ଦିରର ବଡ଼ ପଣ୍ଡା ପୀତବାସ ପାତିଶର୍ମା ପ୍ରଭୁ ଜଗନ୍ନାଥଙ୍କୁ ଆବାହନ କରିବା ପରେ ମନ୍ଦିରର ଗଜପତି ଦିଲ୍ଲୀପ କୁମାର ରାଉତ ଛେରାପହଁରା କରିଥିଲେ ।  ଏହା ପରେ ହଜାର ହଜାର ଭକ୍ତ ଏହି ରଥଯାତ୍ରାରେ ଉପସ୍ଥିତ ରହି ମହାପ୍ରଭୁ ଜଗନ୍ନାଥଙ୍କୁ ମାଉସୀ ମାଆ ମନ୍ଦିର ପର୍ଯ୍ୟନ୍ତ ରଥକୁ ଟାଣି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଯାଜପୁର ରୋଡ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।  

ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.