thumbnail

WATCH VIDEO: ମୂଷା କାଟିଲା ଡ୍ୟାମ, ଗାଁ ଭିତରେ ପଶିଲା ପାଣି

By

Published : Jun 15, 2023, 10:25 PM IST

ପାଟନା: ବିହାରରେ ଏବେ ମୌସୁମୀ ଅପେକ୍ଷାରେ ରାଜ୍ୟବାସୀ । ଆଉ କିଛି ଦିନ ପରେ ସାରା ରାଜ୍ୟରେ ଅନୁଭୂତ ହେବ ବର୍ଷା ଋତୁ । ଏହାରି ମଧ୍ୟରେ ସିୱାନ ଜିଲ୍ଲା ନବୀଗଞ୍ଜନ ଥାନାର ଖାସପୁର ଗ୍ରାମବାସୀଙ୍କ ଚିନ୍ତାର କାରଣ ପାଲଟିଛି ଡ୍ୟାମ । ସବୁଠୁ ଖାସ କଥା ହେଉଛି ଏହାର କାରଣ ଛୋଟ ଜୀବ ମୂଷା । ମୂଷା ଡ୍ୟାମର ବନ୍ଧକୁ କାଟି ଦେବା ଫଳରେ ଏହା କ୍ଷତିଗ୍ରସ୍ତ ହୋଇଛି । ଫଳରେ ଏବେ ଡ୍ୟାମର ପାଣି ଗାଁ ମଧ୍ୟକୁ ମାଡିବାରେ ଲାଗିଛି । ତେବେ ଆଗକୁ ବର୍ଷା ହେଲେ ଡ୍ୟାମର ଜଳ ସ୍ତର ଆହୁରି ବଢିବ । ଏଭଳି ଅସମୟରେ ଡ୍ୟାମର ବନ୍ଧ ଭାଙ୍ଗିବାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଏନେଇ ସରକାରୀ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ । ବର୍ଷା ପୂର୍ବରୁ କିପରି ଡ୍ୟାମର ମରାମତି କରାଯିବ, ସେ ନେଇ ଜଳସେଚନ ବିଭାଗ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.