ଆଜି ରାକ୍ଷୀ ପୂର୍ଣ୍ଣିମା, ଭାଇ ହାତରେ ଉଭଣୀର ସ୍ନେହର ଡୋରି - ବଢିଆ ସାହିରେ ରାକ୍ଷୀ ପୂର୍ଣ୍ଣିମା ପାଳିତ

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 30, 2023, 2:11 PM IST

Updated : Aug 30, 2023, 2:29 PM IST

ନିଆଳି: ରାକ୍ଷୀ ହୁଏତ ସୂତା ଖଣ୍ତିଏ ହୋଇପାରେ କିନ୍ତୁ ସେଇ ସୂତା ଖଣ୍ତିଏ ସମ୍ପର୍କର ସେତୁ । ସାତ ଜନ୍ମ ପାଇଁ ଭଉଣୀଟିଏ ଭାଇର ଶୁଭ ମନାସି ଭାଇର ହାତରେ ଏହି ରକ୍ଷାର ସୂତା ଖଣ୍ତିଏକୁ ଅତି ପବିତ୍ର ଓ କୋମଳ ମନରେ ବାନ୍ଧିଦିଏ । ନଥାଏ ଅଭିମାନ ନଥାଏ ଆଶା ଓ କିଛି ପାଇବାର ଇଚ୍ଛା । ଯେତିକି ବିଶ୍ବାସ ଆଖିକୁ ସେତିକି ବିଶ୍ବାସ ରାକ୍ଷୀକୁ ଭଉଣୀ ଦେଇଥାଏ । ଆଜି ସେଇ ପବିତ୍ର ରାକ୍ଷୀପୂର୍ଣ୍ଣିମା । ସହର ଠାରୁ ପୁରପଲ୍ଲୀ ସବୁଠୁ ଉତ୍ସାହ ସହକାରେ ରାକ୍ଷୀପୂର୍ଣ୍ଣିମା ପାଳନ କରାଯାଉଛି । ଥାଳିରେ ଦୀପ,ଧୂପ, ଚନ୍ଦନ,ଅରୁଆ ଚାଉଳ, ଧୂପ ଓ ମିଠାର ମହକ । ଉଭଣୀଟିଏ ଉଚ୍ଛୁକତା ସହକାରେ ବନ୍ଦାପନା ସହିତ ରାକ୍ଷୀ ହାତରେ ବାନ୍ଧି ମୁହଁରେ ମୁଠା ଖୁଆଇବା ଦୃଶ୍ୟ ବେଶ ଆନ୍ଦୋଳିତ କରୁଛି । ଏହି ଅବସରରେ କଟକ ଜିଲ୍ଲା ନିଆଳି ବ୍ଲକର କସର୍ଦ୍ଦା ପଞ୍ଚାୟତ ବଢିଆସାହି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ରକ୍ଷା ବନ୍ଧନ ଉତ୍ସବ ପାଳନ କରିବା ସହିତ ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ପରେ ଗାଁକୁ ଯାଇ ଗାଁର ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ବଢିଆସାହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ଓ ଶିକ୍ଷୟିତ୍ରୀ ମାନେ । ବିଭିନ୍ନ ଅଞ୍ଚଳରେ ଧୁମଧାମରେ ପାଳିତ ହୋଇଯାଇଛି ରକ୍ଷା ବନ୍ଧନ।


   ଏହା ମଧ୍ୟ ପଢନ୍ତୁ- ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ଜାଣନ୍ତୁ କେତେବେଳେ ବାନ୍ଧିବେ ରାକ୍ଷୀ
 ଇଟିଭି ଭାରତ, ନିଆଳି 

Last Updated : Aug 30, 2023, 2:29 PM IST

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.