thumbnail

Coromandel Express Mishap: ଦୁଇ ଏକ୍ସପ୍ରେସ ଦୁର୍ଘଟଣା, ଏମିତି କହିଲେ ରେଳ ବିଭାଗ ମୁଖପାତ୍ର ଅମିତାଭ ଶର୍ମା

By

Published : Jun 2, 2023, 10:17 PM IST

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନାଗା ରେଳ ଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି । ତେବେ ଏନେଇ ରେଳ ବିଭାଗ ମୁଖପାତ୍ର ଅମିତାଭ ଶର୍ମାଙ୍କର ପ୍ରତିକ୍ରିୟା ମିଳିଛି । ସେ କହିଛନ୍ତି, "ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସର ୧୦ରୁ ୧୨ଟି ବଗି ଲାଇନଚ୍ୟୁତ ହୋଇ ବିପରୀତ ଟ୍ରାକ୍‌ ଉପରେ ପଡ଼ିଯାଇଥିଲା । ଏହାର ଠିକ୍‌ କିଛି ସମୟ ପରେ ଯଶୱନ୍ତପୁର- ହାୱଡ଼ା ଅଭିମୁଖେ ସେହି ଟ୍ରାକ୍‌ରେ ଆସୁଥିବା ଅନ୍ୟ ଏକ ମାଲବାହୀ ଟ୍ରେନ ଏହି ବଗି ଗୁଡ଼ିକୁ ଧକ୍କା ଦେଇଥିଲା । ଫଳରେ ଏହାର ୩-୪ ବଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।" ତେବେ ଦୃତ ଗତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସେ ସୂଚନା ଦେଇଛନ୍ତି । ସେପଟେ ଏହାର ପ୍ରଭାବରେ ଏକାଧିକ ଟ୍ରେନ ବାତିଲ ହୋଇଥିବା ବେଳେ କିଛି ଟ୍ରେନର ଗତିପଥକୁ ବଦଳାଯାଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.